ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଶତାଧିକ ଅସହାୟ ଙ୍କୁ ଶୀତ ଵସ୍ତ୍ର ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍ (୩ ଜାନୁଆରୀ ରବିବାର) ଭୁବନେଶ୍ୱର :- ଗ୍ରାମ୍ୟ ପ୍ରଗତି କମିଟି ଓ ଧରଣୀଧର ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଜଟଣୀ ବ୍ଲକ ଅନ୍ତର୍ଗତ ପଳାଶପୁର ଗ୍ରାମର ଆଦିବାସୀ ସାହିରେ ଗରିବ ବେ’ସାହାରା ଲୋକମାନଙ୍କୁ ଶୀତ ଵସ୍ତ୍ର ବଣ୍ଟନ କରାଯାଇଛି । ଅଣ ରାଜ ନୟିତିକ ,ସରକାରୀ ଅନୁଦାନ ବିହୀନ ଏହି ଅନୁଷ୍ଠାନ ଆଜି

ତା’ର ଚତୃର୍ଥ ବାର୍ଷିକ ସେବା କାର୍ଯ୍ୟକ୍ରମ ରେ ପଳାଶପୁର ଗ୍ରାମର ଶତାଧିକ ଅସହାୟ ,ବୃଦ୍ଧ ,ବୃଦ୍ଧାଙ୍କୁ ଶୀତ ଵସ୍ତ୍ର ବଣ୍ଟନ କରିଛି ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ସାରଙ୍ଗ ଧର ସେନାପତି ,ଚିତ୍ରସେଣ୍ ସେନାପତି ,ନାରାୟଣ ସେନାପତି ଓ ହୃଷୀକେଶ ସେନାପତି ପ୍ରମୁଖ ପରିଚାଳନା କରିଥିଲେ । (ଜଟଣୀ ରୁ ଇଫତେଖାର ଅଲ୍ଲୀ )

Exit mobile version