ସାଲେପୁର ବିଜେପି ପ୍ରଵାରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଜାନୁଆରୀ ଶନିବାର ) କଟକ/ମାହାଙ୍ଗା :-ମାହାଙ୍ଗା ଥାନା ନୃତାଙ୍ଗ ପଂଚାୟତ ଯଂକୋଟି ଗ୍ରାମ ନିକଟରେ ପୂର୍ବ ଶତ୍ରୁତାକୁ ନେଇ ନୃତାଙ୍ଗ ଗ୍ରାମର ତଥା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ପ୍ରଵାରୀ କୁଳମଣି ବରାଳ ଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି, ତାଙ୍କ ସହ ତାଙ୍କର ଜଣେ ସହଯୋଗୀ ଦିବ୍ୟ ସିଂ ବରାଳ ଙ୍କୁ ଆକ୍ରମଣ କରିବା ଦ୍ୱାରା ସେ ଗୁରୁତର ହୋଇ କଟକ ବଡ ମେଡିକାଲ କୁ ସ୍ଥାନାଂତର ହୋଇଥିବା ଜଣା ଯାଇଛି,

 

ସେ ଘରକୁ ତାଙ୍କ ସହଯୋଗୀ ସହ ଶୁକନଇ ବନ୍ଧ ରାସ୍ତାରେ ଘରକୁ ଫେରୁଥିବା ବେଳେ ତାଙ୍କୁ ସଂଗବଧ ଭାବେ ୬ ରୁ ଉର୍ଦ୍ଧ ଲୋକ ମାରାଣା ଅସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ, ଉଭୟଙ୍କୁ ଚିକିତ୍ସା ନିମନ୍ତେ ମାହାଙ୍ଗା ମେଡିକାଲ ଆମ୍ବୁଲାନ୍ସ ରେ ଅଣାଯାଇଥିବାବେଳେ କୁଳମଣି ବରାଳ ମୃତ୍ୟୁ ବରଣ କରିଥିବ ଜଣାଯାଇଛି, ଘଟଣା ସ୍ଥଳରେ ଉତ୍ତେଜନା ଲାଗି ଥିବାରୁ ପୋଲିସ ମୁତୟନ କରାଯାଇଛି

Exit mobile version