ଜିଲ୍ଲାପାଳ ଙ୍କ ଦ୍ୱାରା ମାଣ୍ଡିଆ ମଣ୍ଡି ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଜାନୁଆରୀ ଶନିବାର ) ବରଗଡ଼ :- ବରଗଡ଼ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସାଇପାଲି ଗ୍ରାମ ରେ ବରଗଡ଼ ଜ଼ିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଙ୍କ ଦ୍ୱାରା ମାଣ୍ଡିଆ ମଣ୍ଡି ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀ, ବ୍ଲକ କୃଷି ଅଧିକାରୀ ଵିଭୂଦେନ୍ଦୁ ଦେ, ସ୍କିମ ଅଫିସର ସଂଯୁକ୍ତା ମୁଣ୍ଡା, ଟ୍ରାଇବେଳ ଡେଭଲପମେଣ୍ଟ କର୍ପୋରେସନ ଶାଖା ପରିଚାଳକ ରମାକାନ୍ତ ଜେନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଗ୍ରାମୀଣ କୃଷି

ଅଧିକାରୀ ସନ୍ୟାସୀ ସେଠ୍, ଯୋଗଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରୋଜାଲିନ ଭୂୟାଁ ଉପସଭାପତି ମହାଶକ୍ତି ଫାଉଣ୍ଡେସନ, ଲୋହିତ ମହନ୍ତ ୱାସନ ଓ ରବି ରଣା ବ୍ଲକ କୋଅଡ଼ିନେଟର ମାଣ୍ଡିଆ ଉପରେ ଆଲୋଚନା କରିଥିଲେ lଜିଲ୍ଲାପାଳ ଶ୍ରୀ ପ୍ରଧାନ ସାମ୍ପ୍ରତିକ ପରିସ୍ଥିତି ରେ ବିଜେପୁର ବ୍ଲକ ର ବିଭିନ୍ନ ଜଳସେଚନ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ l ଆଗାମୀ 30 ଦିନ ମଧ୍ୟରେ ମେଘା ଇଂଗିନୀରିଙ୍ଗ ଦ୍ୱାରା ପାର୍ବତୀ ଗିରି ମେଘା ଉଠାଜଳସେଚନ ପ୍ରକଳ୍ପ ଶେଷ ହେବ ବୋଲି ଘୋଷଣା କରିଥିଲେ l

ବ୍ଲକ କୃଷି ଅଧିକାରୀ ମାଣ୍ଡିଆ ଚାଷ ରେ ଥିବା ପ୍ରୋଟିନ ତଥା ବ୍ଲକ ରେ ଥିବା 2834 ଟି ବୋରୱେଲ ଦ୍ୱାରା ପ୍ରତି ଏକର ମାଣ୍ଡିଆ ଚାଷ ପାଇଁ କୃଷି ଅଧିକାରୀ ଚାଷୀ ମାନଂକୁ ଅନୁରୋଧ କରିଥିଲେ l ବିଶେଷକରି ମାଣ୍ଡିଆ ଗରିବଙ୍କ ଖାଦ୍ୟ ହୋଇଥିବା ବେଳେ ବର୍ତ୍ତମାନ ଧନୀ ଙ୍କ ଅଭ୍ୟାସ ରେ ପରିଣତ ହୋଇଥିବା କୃଷି ଅଧିକାରୀ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଭୋଳାନାଥ ପଧାନ, ମହାଦେବ ସାହୁ, ଗୌର ରଣା, ବିକ୍ରମ ସାହୁ, ରାଧେ ସାହୁ, ସୁଶାନ୍ତ ସତପଥି ଓ ସୁବୋଧ ସାହୁ ସହଯୋଗ କରିଥିଲେ l ( ରିପୋର୍ଟ ସତ୍ୟ ନାରାୟଣ ପ୍ରଧାନ )

Exit mobile version