୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ – କଟକ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଜାନୁଆରୀ ଶନିବାର ) କଟକ :- କଟକ ନୂତନ ବର୍ଷ-୨୦୨୧-ର ପ୍ରଥମ ଦିନରେ ରାଜ୍ୟ ସରକାର ରୋଗୀ ମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ଶହେଟି-୧୦୮- ଆମ୍ବୁଲାନ୍ସ ଗାଡି ଯୋଗାଇ ଦେଇଛନ୍ତି । ଏହି ଅବସରରେ ଚୌଦ୍ୱାର କଟକ ରେ ୫ଗୋଟି-୧୦୮- ଆମ୍ବୁଲାନ୍ସ ଗାଡିକୁ ଶିଖର ପୁର ସ୍ଥିତ କାଳିଆ ବୋଦା ଠାରେ ଚୌଦ୍ୱାର କଟକ ର ଯୁବ ବିଧାୟକ ସୌଭିକ ବିଶ୍ୱାଳ ଲୋକର୍ପଣ କରିଛନ୍ତି । ସେହିପରି କାଳିଆ ବୋଦା ଠାରୁ ନେତାଜୀ ପଡିଆ ପର୍ଯ୍ୟନ୍ତ ୩୦ଲକ୍ଷ୍ୟ ବ୍ୟୟ ଅଟକଳରେ ହୋଇଥିବା ଆଲୋକୀକରଣ ପ୍ରକଳ୍ପ କୁ ମଧ୍ୟ ବିଧାୟକ ଉଦ୍ଗାଘଟନ କରିଛନ୍ତି ।

ଏହି ଉଦ୍ଗାଘଟନ କାର୍ଯ୍ୟକ୍ରମ ରେ ୪୭ନମ୍ବର ୱାର୍ଡ କର୍ପୋରେଟର ପ୍ରଳୟା ବେଉରା ,ନିରଞ୍ଜନ ମହାରଣା, ଗଣେଶ ଚନ୍ଦ୍ର ରାଉତ, ମାନବେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ ,ଉଦଘଟନ ସମୟରେ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀର ଜନ ସାଧାରଣ ଙ୍କୁ ଅଭିନନ୍ଦନ ଜଣାଇବା ସହ , ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ ବିଧାୟକ ସୌଭିକ ବିଶ୍ୱାଳ । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)  

Exit mobile version