ମାହାଙ୍ଗା : ପାଗଳକୁକୁର କାମୁଡାରେ 10 ରୁ ଉର୍ଦ୍ଧ ଲୋକ ଆହତ ହୋଇଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଜାନୁଆରୀ ଶନିବାର ) ମାହାଙ୍ଗା :- ମାହାଙ୍ଗା / କଟକ ଜିଲ୍ଲା ମହଙ୍ଗା ଥାନା ବାସୁଦେବପୁର ଅଚଂଳରେ ଏକ ପାଗଳକୁକୁର କାମୁଡାରେ 10 ରୁ ଉର୍ଧ ବ୍ୟକ୍ତି ଗୁରୁତର ଆହତ କୋଇଥିବାବେଳେସମସ୍ତ ଗ୍ରାମ ବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି, ଆହାତ ଲୋଳ ମାନଙ୍କୁ ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ରେ ଚିକିତ୍ସା କରାଯିବା ପରେ କିଛି ଆହତ ଲୋକଙ୍କୁ କଟକ ମେଡିକାଲ ରେଫର କରାଯାଇଛି ।

ଲୋକଙ୍କୁ କାମୁଡ଼ିବାପରେ ପାଗଳ କୁକୁରକୁ ସ୍ଥାନୀୟ ଲୋକେ ପିଟି ପିଟି ମାରି ଦେଇଥିବା ଜଣାଯାଇଛି। ବୁଲାକୁକୁରଙ୍କ ସଂଖ୍ୟା ହଜାରହଜାର ସଂଖ୍ୟାରେ ବଢୁଥିବାବେଳେ ସାରକାର ସେମାନଙ୍କ ବଂଶ ବୃଦ୍ଧି ଉପରେ ରୋକ ଲଗାଇବା ପାଇଁ କିଛି ପଦକ୍ଷେପ ନାଉନଥିବାରୁ ଅକାରଣରେ ଧନ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି, ତୁରନ୍ତ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି, (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ)

Exit mobile version