ବାଣିଜ୍ୟ ଓ ପରିବହନ ବିଭାଗର ଅନ୍‌ଲାଇନ୍‌ ସେବା ; ବୋଟ୍‌ ଇନ୍‌ଫରମେସନ୍‌ ଆଣ୍ଡ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌ (ବିମ୍‌ସ) ଲୋକାର୍ପିତ – ଭୁବନେଶ୍ୱର

????????????????????????????????????

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଜାନୁଆରୀ ଶନିବାର ) ଭୁବନେଶ୍ୱର :-  ବାଣିଜ୍ୟ ଓ ପରିବହନ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଅନ୍ତର୍ଦେଶୀୟ ଜଳ ପଥରେ ପରିଚାଳିତ ସମସ୍ତ ବୋଟ୍‌ ପଂଜୀକରଣ ଓ ନବୀକରଣର ଅନ୍‌ଲାଇନ୍‌ ବ୍ୟବସ୍ଥା ବୋଟ୍‌ ଇନ୍‌ଫରମେସନ୍‌ ଆଣ୍ଡ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌ (ବିମ୍‌ସି )ର ଲୋକାର୍ପଣ କରିଛନ୍ତି । ଖାରବେଳ ଭବନଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ବେହେରା ଏହି ବ୍ୟବସ୍ଥାର ଶୁଭାରମ୍ଭ କରି କହିଛନ୍ତି ରାଜ୍ୟର ଅନ୍ତର୍ଦେଶୀୟ ଜଳ ପଥରେ ନିରା ପଦ ଯାତ୍ରା ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ବୋଟ୍‌ ରୁଲସ୍‌-୨୦୦୪ ପ୍ରଣୟନ କରିଛନ୍ତି । ଏହି ଅନୁଯାୟୀ ବର୍ତ୍ତମାନ ମାନୁଆଲ୍‌ ପଦ୍ଧତିରେ ବୋଟ୍‌ ପଂଜୀକରଣ କାର୍ଯ୍ୟ ସଂପାଦନ ହେଉଛି । ମାନୁଆଲ୍‌ ପଦ୍ଧତି ଦ୍ୱାରା ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ଅନ୍‌ଲାଇନ୍‌ ପଦ୍ଧତି ‘ବିମସ୍‌’ ଦ୍ୱାରା ମାଲିକମାନେ ନିଜ ଘରେ ରହି ସେମାନଙ୍କର ବୋଟ୍ ଗୁଡ଼ିକର ପଂଜୀକରଣ, ନବୀକରଣ, ଲାଇସେନ୍ସ ଆଦି ସେବା ସହଜରେ ଅନ୍‌ଲାଇନ୍‌ରେ ପାଇ ପାରିବେ । ବୋଟ ପଂଜୀକରଣ ଓ ନବୀକରଣ ପ୍ରକ୍ରିୟାର ସମସ୍ତ ସୂଚନା ସେମାନେ ନିଜ ମୋବାଇଲ୍‌ରେ ପାଇ ପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ । ଆଜି ସେ ଜଣଙ୍କୁ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବ ମଧୂସୂଦନ ପାଢ଼ୀ କହିଲେ ଯେ ରାଜ୍ୟ ସରକାରଙ୍କ ୫-‘ଟି’ ପ୍ରକି୍ରୟା କ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଏନ୍‌ଏସ୍‌ଆଇସିଙ୍କ ସହଯୋଗରେ ବିକଶିତ କରାଯାଇଛି । ବିମସ୍‌ ଦ୍ୱାରା ବୋଟର ସମସ୍ତ ତଥ୍ୟ ଗୋଟିଏ ବ୍ୟବସ୍ଥାରେ ଏକତି୍ରତ କରାଯାଇ ପାରିବ । ଏହା ଦ୍ୱାରା ଯେ କୌଣସି ବୋଟ୍‌ର ତଥ୍ୟ ସରକାରୀ କର୍ମଚାରୀ ଓ ସାଧାରଣ ଜନତା ସହଜରେ ପାଇ ପାରିବେ ।

ଏହାକୁ ଜିଲ୍ଲା ଅଧିକାରୀ ମାନେ ବ୍ୟବହାର କରି ବ୍ୟବସ୍ଥାର ଉନ୍ନତି କରିପାରିବେ । ଏହି ଆ ପ୍ଲିକେସନ୍‌ ଦ୍ୱାରା ବୋଟର ପଂଜୀକରଣ ଓ ନବୀକରଣର ବୈଧତା ସରିବା ପୂର୍ବରୁ ବୋଟ୍‌ ମାଲିକମାନଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସତର୍କ କରାଯାଇ ପାରିବ । ବନ୍ଦର ଓ ଅନ୍ତର୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଅନ୍‌ଲାଇନ୍‌ ସେବାକୁ ଭବିଷ୍ୟତରେ ଅଧିକ ସଂପ୍ରସାରିତ କରାଯିବ ବୋଲି ସେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ଶାସନ ସଚିବ ଲଷ୍ମୀଧର ବେହେରା, ନିର୍ଦ୍ଦେଶକ, ବନ୍ଦର ଓ ଅନ୍ତର୍ଦେଶୀୟ ଜଳ ପଥ ପରିବହନ, ପଦ୍ମଲୋଚନ ରାଉଳ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମନମୋହନ ବାରିକ, ବିଭାଗୀୟ ଯୁଗ୍ମ ଶାସନ ସଚିବ ଶ୍ରୀମତୀ ଦେବଦତ୍ତା ଜେନା, ଏନ୍‌ଏସ୍‌ଆଇସିର କର୍ମକର୍ତ୍ତା ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Exit mobile version