ବିଧାନସଭାର ସମସ୍ତ ଫାଇଲ୍‌ କାର୍ଯ୍ୟ ଆଜି ଠାରୁ ଅନ୍‌ଲାଇନ୍‌ ମୋଡ୍‌ରେ – ଭୁବନେଶ୍ୱର

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଜାନୁଆରୀ ଶନିବାର ) ଭୁବନେଶ୍ୱର :- ଓଡ଼ିଶା ବିଧାନସଭାର ସମସ୍ତ ଫାଇଲ୍‌ କାର୍ଯ୍ୟ ଆଜି ଠାରୁ ଅନ୍‌ଲାଇନ୍‌ ମୋଡ୍‌ରେ ହେବ । ଓସ୍ୱାସ୍‌ ତରଫରୁ ବିଧାନସଭାର ସମସ୍ତ ଫାଇଲ୍‌ କାର୍ଯ୍ୟ ଡିଜିଟାଲ୍‌ ହେବ ଏବଂ ଏତଦ୍ୱାରା ଫାଇଲ୍‌ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହେବ ।

ଏହି ବ୍ୟବସ୍ଥାକୁ ଆଜି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ଉପଶାସନ ସଚିବ ମଟରାଜ ଡୁଙ୍ଗଡୁଙ୍ଗ୍‌, ଓସ୍ୱାସ୍‌ ନିର୍ବାହୀ ଅଧିକାରୀ ଲିଲାନ୍ଦି୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version