ଜାନୁଆରୀ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ, ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ହିତାଧିକାରୀ ମାନଙ୍କ ଘରେ ଶୁଖିଲା ରାସନ୍‌ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଜାନୁଆରୀ ଶନିବାର ) ଭୁବନେଶ୍ୱର :- କୋଭିଡ୍‌-୧୯ କଟକଣା ହେତୁ ରାଜ୍ୟର ସମସ୍ତ ଆଇସିଡିଏସ୍‌ ପ୍ରକଳ୍ପ ଅଧିନରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଚଳିତ ୩୧ ଜାନୁଆରୀ, ୨୦୨୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ଥିବା ପରିେ ପ୍ରକ୍ଷୀରେ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଗର୍ଭବତୀ, ପ୍ରସୂତୀ ମହିଳା ଏବଂ ଶିଶୁମାନଙ୍କ ଅତିରିକ୍ତ ପୁଷ୍ଟିସାଧନ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ଯୋଗାଇ ଦିଆଯାଉଥିବା ଟେକ୍‌ ହୋମ୍‌ ରାସନ୍‌ (ଟିଏଚ୍‌ଆର୍‌) ବଣ୍ଟନ ପ୍ରକ୍ରିୟା ନିୟମିତ ଭାବେ ଜାରି ରହିଛି ।

ଆଜି ମାସର ୧ ତାରିଖ ହୋଇଥିବାରୁ ଅଙ୍ଗନବାଡ଼ି କର୍ମୀମାନେ କୋଭିଡ୍‌ ନିୟମାବଳୀର ଅନୁ ପାଳନ ପୂର୍ବକ ହିତାଧିକାରୀ ମାନଙ୍କ ଘରେ ପହଞ୍ଚି ଶୁଖିଲା ରାସନ ବଣ୍ଟନ କରିଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ବନ୍ଦ ଥିବାରୁ ପ୍ରାକ୍‌ ବିଦ୍ୟାଳୟ ଶିଶୁମାନଙ୍କୁ ମଧ୍ୟ ରନ୍ଧାଖାଦ୍ୟ ବଦଳରେ ଶୁଖିଲା ରାସନ ବଣ୍ଟନ କରାଯାଇଛି ।

ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର ପ୍ରାକ୍‌ବିଦ୍ୟାଳୟ ଶିଶୁମାନଙ୍କ ସକାଳ ଜଳଖିଆ ବାବଦକୁ ମାଣ୍ଡିଆ ଚୂନା ବଣ୍ଟନ କରାଯିବା ସହ ଘରେ ମାଣ୍ଡିଆ ଲଡ଼ୁ ପ୍ରସ୍ତୁତ କରି ଶିଶୁମାନଙ୍କୁ ଖୁଆଇବା ନିମନ୍ତେ ମା’ମାନଙ୍କୁ ପରାମର୍ଶ ଦିଆଯାଇଛି । ଶୁଖିଲା ରାସନ୍‌ ବାବଦକୁ ଛତୁଆ, ବାଦାମ ଲଡ଼ୁ, ଚିକି, ଅଣ୍ଡା ଆଦି ବଣ୍ଟନ କରାଯାଇଛି । ଏହି ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ରାଜ୍ୟର ୪୫.୭୮ ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି ।

Exit mobile version