ନୁଆଁବର୍ଷରେ ନୂଆ ସଡ଼କରେ ଯାତାୟତ କରିବେ , ତାଳମୁଣ୍ଡା ପଂଚାୟତବାସୀ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଜାନୁଆରୀ ଶନିବାର ) ଗଜପତି ,ରାୟଗଡ଼ :-  ଗଜପତି ରାୟଗଡ ବ୍ଲକ ତାଳମୁଣ୍ଡା ଗ୍ରାମ କୁ ଭାରତ ସ୍ୱାଧୀନ ହେବାର ତେସ୍ତରୀବର୍ଷ ପରେ ଉକ୍ତ ଗ୍ରାମ ର ଭଗ୍ୟ ଉଦୟ ହେବାକୁ ଯାଉଛି l ତଥା ଆଖପାଖ ଅଞ୍ଚଳରେ ଖୁସିର ଲହରୀ ଦେଖିବାକୁ ମିଳୁଛି ତାଳମଣ୍ଡା ଠାରୁ ରାୟଗଡ଼ ଯାଏ ପୂର୍ତ୍ତି ବିଭାଗ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ଉକ୍ତ ରାସ୍ତାକାର୍ଯ୍ୟ ହୋଇଥିବା ଜଣାପଡିଛି ତାଳମଣ୍ଡା ଠାରୁ ରାୟଗଡ଼ ୬ କିଲୋମିଟର ଅଟେ ଏହି ରାସ୍ତା କାର୍ଯ୍ୟ ନିମନ୍ତେ ଅଞ୍ଚଳବାସୀ ପକ୍ଷରୁ ଲିଖିତକାରେ ଦାବୀ ପତ୍ର ମାଧ୍ୟମରେ ବୋହୁବାର ଦେବାସତ୍ଵା କୈଣସି କାର୍ଯାନୁଷ୍ଠାନ ହୋଇପାରିଲାନାହିଁ ପରେ ଅଞ୍ଚକ ବାସୀଙ୍କ ନେତୃତ୍ୱରେ ଲାଞ୍ଜିପଦର ଛକଠାରେ ଟାୟାରଜାଳି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ l ସଙ୍ଗେ ସଙ୍ଗେ ଜିଲ୍ଲା ପ୍ରଶାସନ ଅଧିକାରୀ ଆଶି ଆନ୍ଦୋଳନ କାରୀଙ୍କ ସଙ୍ଗେ ରାସ୍ତା ନିମନ୍ତେ ପ୍ରତିସ୍କୃତି ମିଳିବାପରେ ଆନ୍ଦୋଳନକରି ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ !

ଯାହାହେଉ ଆମ ଅଞ୍ଚକବାସୀ ଙ୍କ ଯେଉଁ ସ୍ବପ୍ନ ଥିଲା ତାଳମଣ୍ଡା ଠାରୁ ରାୟଗଡ଼ ରାସ୍ତା ସଂଯୋଗୀ ହୋଇପାରିଛି ୟା ଠାରୁ ଆମ ପାଇଁ ଆଉକିଛି ବଡ଼ ହୋଇନ ପାରେବୋଲି ଅଞ୍ଚଳ ବାସୀ କହିଛନ୍ତି l ଯେ କୌଣସି ଜରୁରୀ କାମରେ ରାୟଗଡ଼ ପହଁଚିବା ପାଇଁ ଆମକୁ 40କିମି ଅତିକ୍ରମ କରି ଯିବାକୁ ପଡୁଥିଲା ତାହା ବର୍ତ୍ତମାନ ମାତ୍ର ୬ କି ମି ରେ ତାଳମଣ୍ଡା ଠାରୁ ରେଗିଡିସିଙ୍ଗି ଦେଇ ଆମେ ରାୟଗଡ଼ ପହଂଚି ପାରିବୁ ଏହି ରାସ୍ତା ହେବାଫଳରେ ରାୟଗଡ଼ ବ୍ଲକର ଡମ୍ବାଳ, ପୁତାର, ଲୋବା, ଅମେଡା, ଅନେକ ପଂଚାୟତ ବାସୀ ଏହି ରାସ୍ତା ଦ୍ଵାରା ଉପକୃତ ହୋଇପାରିବେ ବୋଲି ଅନୁକ ରାଇକା, ସତ୍ୟପ୍ରିୟ କର୍ଜୀ, ସରପଞ୍ଚ ବନମାଳୀ ଶବର, ଭିକାରି ଶବର, ଚିତନ୍ୟ ରାଇକା , କିଶୋରଚନ୍ଦ୍ର ଶବର,ବନମାଳୀ ଭୂୟାଁ, ମିନସି ରାଇକା, ପ୍ରମୁଖ ଜଣାଇଛନ୍ତି l  (ସଞ୍ଜୀବ କୁମାର ପାଣି ଗଜପତି ରାୟଗଡ )

Exit mobile version