ଡାବର ପକ୍ଷରୁ “ଡାବର୍ ରେଡ୍ ପୁଲିଂ ଅଏଲ୍‌” ଆୟୁର୍ବେଦିକ ମାଉଥ୍‌ୱାସ୍ ଉନ୍ମୋଚିତ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଜାନୁଆରୀ ଶନିବାର ) ଭୁବନେଶ୍ୱର :- ଭାରତର ଅଗ୍ରଣୀ ବିଜ୍ଞାନ ଭିତିକ ଆୟୁର୍ବେଦିକ କଂପାନି ଡାବର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଡାବର୍ ରେଡ୍ ପୁଲିଂ ଅଏଲ୍‌ର ଉନ୍ମୋଚନ ସହିତ ମାଉଥ୍‌ୱାସ୍ ବର୍ଗରେ ପ୍ରବେଶ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଏହା ହେଉଛି ଏକ ଆୟୁର୍ବେଦିକ ମାଉଥ୍‌ୱାସ୍ ଯାହା ଓରାଲ୍ କେୟାର ବଜାରରେ ସମ୍ପୂର୍ଣ୍ଣ ରୂପେ ଏକ ନୂଆ ବର୍ଗ ସୃଷ୍ଟି କରିବ । ଏହା ଜରିଆରେ ଡାବର୍ ପୁଣି ଥରେ ଏକ ପ୍ରଥମ ଧରଣର ଉତ୍ପାଦ ବଜାରକୁ ଆଣିଛି । ଏ ସମ୍ପର୍କରେ ଘୋଷଣା କରି ଡାବର୍ ଇଣ୍ଡିଆ ଲିମିଟେଡ୍‌ର ଓରାଲ୍ କେୟାର ମାର୍କେଟିଂ ମୁଖ୍ୟ ଶ୍ରୀଯୁକ୍ତ ହରକାବଲ୍ ସିଂହ କହିଛନ୍ତି ଯେ, “ଡାବର ରେଡ୍ ପୁଲିଂ ଅଏଲ୍ ହେଉଛି ଏକ ଆୟୁର୍ବେଦିକ ମାଉଥ୍‌ୱାସ୍ ଯେଉଁଥିରେ ରହିଛି ପ୍ରାକୃତିକ ତୈଳ ଓ ଜଡ଼ିବୁଡ଼ି ଏବଂ ଏଥିରେ ଆଲ୍‌କୋହଲ୍ ନାହିଁ । ଆୟୁର୍ବେଦିକ ପାଣ୍ଡୁଲିପିରେ ଥିବା ପଦ୍ଧତି ଉପରେ ଏହି ଉତ୍ପାଦ ପର୍ଯ୍ୟବେସିତ ଏବଂ ଏହାକୁ କବଳ-ଗଣ୍ଡୁସା ଚିକିତ୍ସା ପଦ୍ଧତିି ପାଇଁ ଉନ୍ମୋଚନ କରାଯାଇଛି ଯାହା ହେଉଛି ତୈଳ ଭିତିକ ଏକ ଓରାଲ୍‌ ଡେଟକ୍ସ ପଦ୍ଧତି । ଏଥିରେ ରହିଛି ନଡ଼ିଆ ତେଲ, ସେସାମି, ଚିନାମନ ତେଲ ଯାହା ପାଟିରୁ ବର୍ଜ୍ୟକୁ ଦୂର କରିବା ସହ ଦାନ୍ତ ଏବଂ ମାଢ଼ିକୁ ସୁଦୃଢ଼ କରେ ଏବଂ ଥାଇମି ମିଂଟ୍‌ ଦୁର୍ଗନ୍ଧରୁ ସୁରକ୍ଷା ଦିଏ ।

ସେହିପରି ତୁଳସୀ ପାଟିରୁ ଦୁର୍ଗନ୍ଧ ଦୂର କରେ ଏବଂ ଲବଙ୍ଗ ଦାନ୍ତ ବିନ୍ଧା ଦୂର କରିବାରେ ସହାୟକ ହୋଇଥାଏ । ଏହା ସାଇନ୍‌ସ, ସରମୋନ୍ ସନ୍ତୁଳନରେ ଉନ୍ନତି ଆଣିବା ଏବଂ ଜୀବାଣୁ ନାଶ କରିବା ଲାଗି ପରିଚିତ । ଡାବର ରେଡ୍ ପୁଲିଂ ଅଏଲ୍ ଦାନ୍ତ ଓ ମାଢ଼ିକୁ ସୁଦୃଢ଼ କରେ ଏବଂ ୯୯.୯% ଜୀବାଣୁ ନଷ୍ଟ କରେ, ତେଣୁ ସମ୍ପୂର୍ଣ୍ଣ ମୁଖ ସୁରକ୍ଷା ପ୍ରଦାନ କରିଥାଏ ।’’ ଏହାର ୧୯୫ ଏମ୍‌ଏଳ୍ ପ୍ୟାକ୍‌ର ଦାମ୍ ୨୭୫ ଟଙ୍କା ରହିଛି । ଡାବର୍ ରେଡ୍ ପୁଲିଂ ଅଏଲ୍‌ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେବ ଏବଂ ଖୁବ୍‌ଶୀଘ୍ର ତାହା ଦୋକାନ ବଜାର ଭଳି ଖୁଚୁରା ଶୃଙ୍ଖଳାରେ ମିଳିବ । “ଆୟୁର୍ବେଦ ଉପରେ ୧୩୬ ବର୍ଷର ଅଭିଜ୍ଞତାକୁ ନେଇ ଡାବର ମୁଖ ଯତ୍ନରେ ଉନ୍ନତି ଆଣିବା ଲାଗି ଏହି ଅଭିନବ ଉତ୍ପାଦକୁ ଉନ୍ମୋଚନ କରିଛି । ବ୍ୟାପକ ଗବେଷଣା ପରେ ବିକଶିତ କରାଯାଇ ଥିବା ଏହି ଉତ୍ପାଦ ଉଭୟ ମୁଖ ଓ ଦାନ୍ତ ଏବଂ ମାଢ଼ିର ସୁରକ୍ଷା ପାଇଁ ଦୈନିକ ଥେରାପି ଭାବେ ପରିଚିତ । ଡାବର ରେଡ୍ ପୁଲିଂ ଅଏଲ୍‌କୁ ବିଶୁଦ୍ଧ ଏବଂ ପ୍ରାକୃତିକ ଉପାଦାନରେ ପ୍ରସ୍ତୁତ କରାଯାଇଛି ଏବଂ ସମସ୍ତ ପ୍ରକାର ଦାନ୍ତ ସମସ୍ୟା ପାଇଁ ଏହା ଏକ ସମ୍ପୂର୍ଣ୍ଣ ସମାଧାନ ବୋଲି ଶ୍ରୀ ସିଂହ କହିଛନ୍ତି ।

Exit mobile version