ପାରଳାଖେମୁଣ୍ଡି ବିଧାୟକ ସହରର ବଡଦାଣ୍ଡ ରୁ ବଜାରକୁ ଯିବା ରାସ୍ତାରେ ନିର୍ମାଣ ଧିନ କଲ୍ ଭଟ କାର୍ଯ୍ୟ ପରିଦର୍ଶନ କରି ଅସନ୍ତୋଷ ପ୍ରକାଶ କଲେ l

ଓଡ଼ିଆ ତାଜା ନ୍ୟୁଜ (୧ ଡିସେମ୍ବର ଶୁକ୍ରବାର) ଗଜପତି ଜିଲ୍ଲା :- ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଜଦାଣ୍ଡ-ମୁଖ୍ୟ ବଜାରକୁ ସଂଯୋଗ କରୁଥିବା ରାସ୍ତାରେ ଏକ କଲ୍‌ଭର୍ଟ କାର୍ଯ୍ୟକୁ ତଦାରଖ କରି ପାରଳା ବିଧାୟକ କେ.ନାରାୟଣ ରାଓ ଅସନ୍ତୋଷ ପ୍ରକାଶ କରିଛନ୍ତି । କଲ୍‌ଭର୍ଟଟି ନିର୍ମାଣ କରାଯିବାରେ ବହୁ ବିଳମ୍ବ ଏବଂ ଆବଶ୍ୟକତା ଠାରୁ ବହୁ ଉଚ୍ଚରେ କରାଯାଇ ଥିବାର ଅଭିଯୋଗ ହୋଇଥିଲା । କଲ୍‌ଭର୍ଟଟି ବହୁ ଉଚ୍ଚରେ ନିର୍ମିତ ହେଉଥିବାରୁ ଯାତାୟତରେ ବହୁ ବାଧା ସୃଷ୍ଟି ହେବାର ସମ୍ଭାବନା ରହୁଛି ।

ଏଥି ସହିତ ଏହି ରାସ୍ତାଟି ସହରର ଏକ ମୁଖ୍ୟ ରାସ୍ତା ହୋଇଥିବାରୁ ଦୈନନ୍ଦିନ ହଜାରହଜାର ଲୋକ ଏବଂ ଯାନବାହାନ ଏହି ରାସ୍ତା ଦେଇ ଯାତାୟତ କରୁଛନ୍ତି ।ବହୁ ଉଚ୍ଚରେ ନିର୍ମାଣ ହେଉଥିବାରୁ କୌଣସି ସମୟରେ ବି ଏଠାରେ ଅଘଟଣ ଘଟିବାର ଆଶଙ୍କା ରହିଛି । ତେଣୁ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଥିବାରୁ ଲୋକେ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ । ପାରଳା ବିଧାୟକ ଶ୍ରୀ ନାରାୟଣ ରାଓ ଉକ୍ତ କଲ୍‌ଭର୍ଟ ନିର୍ମାଣ ହେଉଥିବା ସ୍ଥାନକୁ ନିରୀକ୍ଷଣ କରିବା ସହ ପୌର କର୍ମଚାରୀ ଓ କାର୍ଯ୍ୟ କରୁଥିବା ଠିକାଦାରଙ୍କୁ ଡାକି ତୁରନ୍ତ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଧେଶ ଦେଇଥିଲେ

Exit mobile version