ରାଣୀବନ୍ଧକୁ ଆଦର୍ଶବନ୍ଧ କରିବା ପାଇଁ ଦାବି

ଓଡ଼ିଆ ତାଜା ନ୍ୟୁଜ (୧ ଡିସେମ୍ବର ଶୁକ୍ରବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ମୁଖ୍ୟ ରାସ୍ତାରୁ ୩୦୦ମି ଦୂର ଓ ବ୍ଲକ ଅଫିସର ପଛପଟେ ଥିବା ବହୁ ପୁରୁଣା ରାଣୀ ବନ୍ଧ (ପୋଖରୀ)କୁ ଆଦର୍ଶବନ୍ଧ କରିବା ପାଇଁ ନର୍ଲା ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କୁ ମଧ୍ୟ ଜଣାଇଥିଲେ। ତେବେ ବିଧାୟକଙ୍କ ନିର୍ଦ୍ଦେଶ ଅନୁସାରେ ବିଶିଷ୍ଟ ସମାଜସେବୀ ଦଲଜିତ ସିଂ (ସୋଫି) ନର୍ଲା ରାଣୀ ବନ୍ଧକୁ ପରିଦର୍ଶନ କରିଥିଲେ ।

ଏହା ପରେ ନର୍ଲା ଏମ୍.ଆଇ.ପି କନିଷ୍ଠ ଯନ୍ତ୍ରୀଙ୍କ ସହ ସାକ୍ଷାତ କରି ଶ୍ରୀ ସିଂ କି ଭଳି ରାଣୀ ବନ୍ଧକୁ ସୈ।ନ୍ଦର୍ଯ୍ୟକରଣ କରି ହେବ ସେ ସମ୍ପର୍କରେ ମତ ନେଇଥିଲେ। ଏଥିରେ ବ୍ଳକ ବିଜେଡି ସଭାପତି ପରେଶ ପ୍ରଧାନ, ସଂପାଦକ ଭୋପାଳ ନାଗ,ଯୁବଛାତ୍ର ସଭାପତି ଓମ ପୁଝାରୀ, ପଞ୍ଚାୟତ ସଭାପତି କିଶୋର ମାଝୀ, ବିଜେଡି କର୍ମୀ ପ୍ରଦୀପ କୁମାର ହଂସ,ପୂର୍ଣ୍ଣ ପୁଝାରୀ, ଚକ୍ରଧର ଗଉଡ ଉପସ୍ଥିତ ଥିଲେ।(ରିପୋର୍ଟ କଳାହାଣ୍ଡି ବ୍ୟୁରୋ ଚିଫ୍ ପ୍ରଦୀପ କୁମାର ଗଉଡ)

Exit mobile version