।। ମୋଦୀ ଙ୍କୁ ଚିଠି ଲେଖିଲେ ନବୀନ : ପୁରୀ ଠାରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା କରାଯିବା ପାଇଁ ଅନୁରୋଧ  ।।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭାରତବର୍ଷ ର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କୁ ପତ୍ର ଲେଖି ଶ୍ରୀକ୍ଷେତ୍ର ପୁରୀ ଠାରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା କରାଯିବା ପାଇଁ ଅନୁରୋଧ କରିଛନ୍ତି l

ଓଡ଼ିଶା ତାଜା ନ୍ୟୁଜ (୧ ଜାନୁଆରୀ ଶୁକ୍ରବାର) ପୁରୀ :- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆରାଧ୍ୟ ପିଠ ଶ୍ରୀକ୍ଷେତ୍ର ସାରା ବିଶ୍ୱ ପାଇଁ ଏକ ପବିତ୍ର କ୍ଷେତ୍ର ଏବଂ ଦେଶର ଚାରିଧାମ ମଧ୍ୟରୁ ଅନ୍ୟତମ ପୀଠ l ଏହି ବିଶ୍ଵପ୍ରସିଦ୍ଧ ପବିତ୍ର ଧାମ କୁ ସାରା ବିଶ୍ୱ ରୁ ତୀର୍ଥ ଯାତ୍ରୀ ମାନେ ବର୍ଷ ତମାମ ଆସିଥାନ୍ତି l ମହାପ୍ରଭୁ ଙ୍କ ରଥଯାତ୍ରା ବିଶ୍ଵପ୍ରସିଦ୍ଧ l ପୁରୀ ଶ୍ରୀକ୍ଷେତ୍ର ଠାରୁ ଅନତି ଦୂର ରେ ବିଶ୍ଵ ଏୈତିହ ସ୍ଥଳ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କୋଣାର୍କ ଓ ଏସିଆ ମହାଦେଶ ର ସର୍ବବୃହତ ହ୍ରଦ ଚିଲିକା, ରାମଚଣ୍ଡୀ- ଚନ୍ଦ୍ରଭାଗା, ବାଲିହରଚଣ୍ଡୀ, ଅଲାରନାଥ ଓ ମା କାଳିଜାଇ ମନ୍ଦିର ଓ ସିରୁଳୀ ମହାବୀର ଭଳି ଏୈତିହାସିକ ପିଠ ଅବସ୍ଥିତ l ଆନ୍ତର୍ଜାତିକ ପରିବେଶ ଓ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ପୁରୀ ବେଳାଭୂମି ବିଶ୍ଵ ପର୍ଯ୍ୟଟନ ର ସମସ୍ତ ମାନକ କୁ ପରିପୂରଣ କରୁଛି l

ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଅନ୍ତର୍ଜାତୀୟ ଏୟାରପୋର୍ଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ନୂଆବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଏକ ଅନ୍ତର୍ଜାତୀୟ ଏୟାରପୋର୍ଟ ପାଇଁ ଚିଠି ଲେଖି ଦାବି କରିଛନ୍ତି। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏୟାରପୋର୍ଟ ଜରୁରୀ ଥିବା ଦାବି କରିଛନ୍ତି ନବୀନ । ତେବେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ହୋଇପାରିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। କାହିଁକି ନା ଭୁବନେଶ୍ୱରରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅବସ୍ଥାପିତ ଥିବା ବେଳେ ଏଠାରୁ ପୁରୀକୁ ଦୂରତା ହେଉଛି ମାତ୍ର  ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ହୋଇଥିବା ଗାଇଡ୍‌ ଲାଇନ୍‌ରେ ନୂତନ ବିମାନବନ୍ଦର ସ୍ଥାପନ ବାବଦରେ ସ୍ପଷ୍ଟ ତଥ୍ୟ ରହିଛି ।

ସେଥିରେ କୁହାଯାଇଛି ଯେ, ଅବସ୍ଥାପିତ ଥିବା କୌଣସି ବେସାମରିକ ବିମାନ ବନ୍ଦରଠାରୁ ୧୫୦ କିମି (ଏରିଏଏଲ ଡିଷ୍ଟାନ୍ସ) ଦୂର ମଧ୍ୟରେ ନୂଆ ବନ୍ଦରକୁ ଅନୁମତି ଦିଆଯାଇପାରିବ ନାହିଁ। ଯଦି ୧୫୦ କିମି ଦୂର ବ୍ୟବଧାନ ସେମିତି କିଛି ଆବେଦନ ଆସିଥାଏ ତେବେ ଏହାକୁ ନୀରିକ୍ଷଣ କରାଯିବ। ମୁଖ୍ୟତଃ ନୂଆ ବନ୍ଦର ଦ୍ୱାରା ଏହି ଅବସ୍ଥାପିତ ଥିବା ବନ୍ଦର ଉପରେ କ’ଣ ପ୍ରଭାବ ପଡ଼ିବ ତାକୁ ନେଇ ବିଚାର କରାଯିବ। ତେବେ କେସ୍‌ ଷ୍ଟଡି କରି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଉପରେ ବିଚାର କରାଯିବ ବୋଲି କୁହାଯାଇଛି । ଗାଇଡ୍  ‌ଲାଇନ୍‌ରେ କୁହାଯାଇଛି ଯେ, ଯଦି ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ କିମ୍ବା କୌଣସି ଏୟାରପୋର୍ଟ କମ୍ପାନୀ ପକ୍ଷରୁ ଆବେଦନ କରାଯାଇଥାଏ ଆଉ ତାହା ଯଦି ୧୫୦ କିମି ବ୍ୟବଧାନ ଭିତରେ ଆସୁଥାଏ ତେବେ ଏବାବଦରେ ଷ୍ଟିଅରିଂ କମିଟି ଅନୁଧ୍ୟାନ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ। ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ଅର୍ଥାତ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି !!

ତେବେ କେଉଁ ସବୁ କାରଣ ପାଇଁ ପୁରୀରେ ବିମାନ ବନ୍ଦର ହେବା ଜରୁରୀ, ସେସବୁ ବାବଦରେ ରାଜ୍ୟ ସରକାର ଯଦି ଷ୍ଟିଅରିଂ କମିଟି, କେନ୍ଦ୍ର ସରକାର ଏବଂ ଡିଜିସିଏକୁ ବୁଝାଇବାରେ ସକ୍ଷମ ହେବେ, ତେବେ ଯାଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ପୂରଣ ହୋଇପାରିବ। ନଚେତ ଉକ୍ତ ଚିଠି ଅନ୍ୟ ସବୁ ଚିଠି ଭଳି ଧୂଆଁବାଣ ଭଳି ହେବ ବୋଲି ଚର୍ଚ୍ଚା ହେଉଛି !!

ପୁରୀ ର ବେଳାଭୂମି ସହିତ ଅସ୍ତରଙ୍ଗ ରେ ଗଢିଉଠିବାକୁ ଯାଉଥିବା ବନ୍ଦର, ଉପକୁଳ ଜାତୀୟ ରାଜପଥ ଅର୍ଥନୈତିକ ବିକାଶ ରେ ସମସ୍ତ ସମ୍ଭାବନା ଭରି ରହିଚି l ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ପବିତ୍ର ଶ୍ରୀକ୍ଷେତ୍ର, ସ୍ଵର୍ଣ୍ଣାଭ ବେଳାଭୂମି,କୋଣାର୍କ, ଚିଲିକା ତଥା ପରିବେଶ ଓ ପର୍ଯ୍ୟଟନ ପାଇଁ ସମସ୍ତ ମାପଦଣ୍ଡ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ପୁରୀ ଠାରେ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଦାବି ପୁରୀ ତଥା ରାଜ୍ଯର ବିକାଶ ପ୍ରତି ଥିବା ତାଙ୍କର ପ୍ରତିବଦ୍ଧତାକୁ ପୁଣି ଥରେ ପ୍ରମାଣିତ କରୁଛି l ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନୂଆବର୍ଷରେ ସମୟପଯୋଗୀ ପଦକ୍ଷେପକୁ ସ୍ୱାଗତ କରୁଛି l ସଞ୍ଜୟ କୁମାର ଦାସବର୍ମା ଉପାଧ୍ୟକ୍ଷ, ରାଜ୍ୟ ଯୋଜନା ବୋର୍ଡ଼ ସାଧାରଣ ସମ୍ପାଦକ, ବିଜୁ ଜନତା ଦଳ l

 

Exit mobile version