ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୬ତମ ବାର୍ଷିକ ଉତ୍ସବ : ଗନ୍ଧମାର୍ଦ୍ଦନ କୁ ଜାତୀୟ ସଂପତ୍ତି ଘୋଷଣା ପ୍ରସ୍ତାବ ପାରିତ – ପଦ୍ମପୁର 

ଓଡ଼ିଶା ତାଜା ନ୍ୟୁଜ୍ (୦୧ ଜାନୁଆରୀ ଶୁକ୍ରବାର ) ପଦ୍ମପୁର :- ନୃସିଂହନାଥ ସ୍ଥିତ ଭାଗବତତତ୍ତ୍ବ ଆଶ୍ରମ ପରିସରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆଜି ୩୬ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ” ଗନ୍ଧମାର୍ଦ୍ଦନ ପର୍ବତକୁ ” ଜାତୀୟ ସଂପତ୍ତି ଘୋଷଣା ସହ ” ଇକୋ ସେନସିଟଭ ଯୋନ ” ର ମାନ୍ଯତା ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଯାଇଛି । ୧୯୮୩ ମହିସାରେ ତତ୍କାଳୀନ କେନ୍ଦ୍ର ଓ ରାଜ୍ୟ ସରକାର ଗନ୍ଧମାର୍ଦ୍ଦନ ପର୍ବତରେ ବକ୍ ସାଇଟ୍ ଉତ୍ତୋଳନ ପାଇଁ ବାଳକୋ କୁ ୪୭ ବର୍ଷର ଖଣିପଟା ପ୍ରଦାନ କରିଥିଲେ । ଗନ୍ଧମାର୍ଦ୍ଦନ ପର୍ବତରେ ଖଣି ଖନନ ହେଲେ ଗନ୍ଧମାର୍ଦ୍ଦନ ପାହାଡର ପ୍ରାକୃତିକ ପରିବେଶ,ନଦୀ, ଝରଣା,ଦୁର୍ଳଭ ବନୌଷଧି,ନୃସିଂହନାଥ – ହରିଶଙ୍କର ତୀର୍ଥ କ୍ଷେତ୍ର ଧ୍ବଂସ ହେବା ସହ ଏହି ପାହାଡ ଉପରେ ନିର୍ଭର କରି ଚଳି ଆସୁଥିବା ୫୦ ହଜାର ଜନ ଜାତିର ପରିବାରର ଜୀବିକା ବିପନ୍ନ ହେବାକୁ ଥିବାରୁ ୧୯୮୫ ମସିହରେ ” ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ” ର ନେତୃତ୍ବରେ ବାଳକୋର ଖଣି ପ୍ରକଳ୍ପ ବିରୋଧରେ ଏକ ଜନ ଆନ୍ଦୋଳନ ଆରମ୍ଭ ସହ ପ୍ରବଳ ଜନ ବିରୋଧ ଯୋଗୁଁ ସରକାର ବାଧ୍ୟ ହୋଇ ୧୯୮୯ ମସିହାରେ ବାଳକୋର ଖଣି ପ୍ରକଳ୍ପ ରୁ ବାତିଳ କରିଥିଲେ । ଗନ୍ଧମାର୍ଦ୍ଦନ ଆନ୍ଦୋଳନର ଐତିହାସିକ ସଫଳତା ପରେ ପ୍ରତିବର୍ଷ ଜାନୁଆରୀ ୧ତାରିଖକୁ ଯୁବ ପରିଷଦ ବାର୍ଷିକ ଉତ୍ସବ ଭାବେ ପାଳନ କରେ ।

ଏହି ଅବସରରେ ବଲାଙ୍ଗୀର,ଖପ୍ରାଖୋଲ ରୁ ଗନ୍ଧମାର୍ଦ୍ଦନ ଆନ୍ଦୋଳନକାରୀ ସଂଗ୍ରାମୀ ନେତା କ୍ଷମାନିଧି ଭୋଇ,ଶୁଶୀଳ ଗୁରୁ,ଅମର ବରିହା,ଅଭୟ ତ୍ରିପାଠୀ,ଶତୃଘନ ନାଏକ,ଗଜରାଜ ନାଗ,ବିପ୍ର ବିଶି,ଟିକେଶ୍ବର ଧରୁଆ,ବସୁପୋଡ ମଶାଳ ଶୋଭାଯାତ୍ରାରେ ଆଜି ଦିନ ୧୧ଟାରେ ନୃସିଂହନାଥ ଠାରେ ପହଞ୍ଚିବା ପରେ ତାଙ୍କୁ ବଜାଗଜା ବଜାଇ ଶତାଧିକ ଗନ୍ଧମାର୍ଦ୍ଦନ ଆନ୍ଦୋଳନକାରୀ ନୃସିଂହନାଥ ସିଂହଦ୍ବାରୁ ସ୍ବାଗତ କରି ସଭା ସ୍ଥଳକୁ ପାଛୋଟି ନେଇଥିଲେ । ସେଠାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ପରିଷଦର ଆବାହକ ଶ୍ରୀ ଦିଲ୍ଲୀପ ବେହେରାଙ୍କ ଅଧ୍ୟକ୍ଷତାରେ ଓ ପୂବର୍ତନ ଆବାହକ ଶ୍ରୀ ଧିରେନ୍ ମହାନ୍ତିଙ୍କ ପରିଚାଳନାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

ଗନ୍ଧମାର୍ଦ୍ଦନ କୁ ଜାତୀୟ ସଂପତ୍ତି ଘୋଷଣା ସହ ଏହାକୁ ଇକୋ ସେନ୍ ସେଟିଭ୍ ଯୋନର ମାନ୍ଯତା ଦେବା,ପାହାଡରେ ଉପଲବ୍ଧ ୨୨ଶହ ପ୍ରକାର ଦୁର୍ଲିଭ ବନୌଷଧି କୁ ନେଇ ଔଷଧିୟ ଉଦୈଗ ପ୍ରତିଷ୍ଠା,ଅତିତର ଗନ୍ଧମାର୍ଦ୍ଦନରେ ସ୍ଥାପିତ ବୌଦ୍ଧ ବିଶ୍ବବିଦ୍ୟାଳୟ ଉପରେ ଗବେଷଣା କରିବା,ନୃସିଂହନାଥ – ହରିଶଙ୍କର ପର୍ଯ୍ୟଟନ ସ୍ଥଳିର ବିକାଶ କରିବା ଓ ନୃସିଂହନାଥ ରୁ ହରିଶଙ୍କର ଭିତରେ ସରକାରଙ୍କ ଦ୍ବାରା ପ୍ରସ୍ତାବିତ ରୁପୱେ କୁ ତୁରନ୍ତ କାର୍ଯ୍ଯକାରୀ କରିବା ଆଦି ପ୍ରସ୍ତାବ ପାରିତ ହୋଇଥିଲା । ପାହାଡ ପାଦଦେଶରେ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଆଜୀବନ ସତ୍ଯାଗ୍ରହୀ ଥିବା ସ୍ବର୍ଗତ ଘାସିରାମ ମଲ୍ଲିକ,ମୋଟା ସିଂ ବରିହା,ରାୟଧର ଲୁହାର,ରିପୂନାଥ ପୂଜାରୀ,ରାଧେଶ୍ଯାମ ପଣ୍ତା ଙ୍କୁ ମରୋଣତ୍ତର ” ଗନ୍ଧମାର୍ଦ୍ଦନ ଗୌରବ ” ସମ୍ମାନ ପ୍ରଦାନ କରାଯାଇଥିଲା । ଉତ୍ସବରେ ବିଶେଷ ଭାବେ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ,ରାହାସ ବିହାରୀ ସାହୁ,ଜଗଦିଶ ଲୁହା,ଜ୍ଯୋତିମିୟ ସାହୁ,ଡା ଶ୍ରୀକାନ୍ତ ପାଣିଗ୍ରାହୀ,ଭାସ୍ମର ସୁନା, ଡୋଲାମଣି ପାଣ୍ତେ,ଦୀନବନ୍ଧୁ ସାହୁ,ବିଷ୍ଣୁ ଭୋଇ,ଲଳିତ ଜଗତ,ସନ୍ତୋଷ ପାଢୀ,ମୂରଳୀ ଧର ସାକ୍ରେ,ପଂଚମ ସିଂ ଠାକୁର,ଅଭିମନ୍ୟୁ ନାଗ,ରିତେଶ ସାହୁ,କୈଲାସ ଦିଶ୍ରୀ,ରଜେନ୍ଦ୍ର ସେଠ,ଡୋଲାମଣି ବଛା,ମନୋଜ ବିଶ୍ବାଳ ଆଦି ଆଲୋଚନାରେ ମୁଖ୍ଯ ଅଂଶ ଗ୍ରହଣ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version