।। ଜୀବନର ଆଉ ୧ବର୍ଷର ଶେଷ ସୋପାନରେ ।।

“୨୦୨୦ ବର୍ଷର ଶେଷ ମୁହୂର୍ତ୍ତରେ ମୋ ହୃଦୟରୁ ଆନ୍ତରିକତା ସହ ପ୍ରଣାମ ଓ ଅଭିନନ୍ଦନ”  ଆପଣଙ୍କର – ଶ୍ରୀ ଦେବବ୍ରତ ମହାନ୍ତି  “ବିକି”  

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଡିସେମ୍ବର ଗୁରୁବାର ) ଭୁବନେଶ୍ୱର :- ଏହି ବର୍ଷ ଆରମ୍ଭରୁ ମହାପ୍ରଭୁ ଶ୍ରୀ ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଆର୍ଶୀବାଦରୁ ପ୍ରାୟ ସମସ୍ତଙ୍କ ଜୀବନ ସୁଖମୟ ଓ ସମୃଦ୍ଧିମୟ ହେବା ସହ ହସ ଆଉ ଖୁସି ସହ ଆରମ୍ଭ ହୋଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ବିଶ୍ବ ମହାମାରୀ କରୋନା ପରିସ୍ଥିତି ସୃଷ୍ଟି ହୋଇଥିବା ସମସ୍ୟା ସହ ଅନ୍ୟାନ୍ୟ ମୌଳିକ ଅସୁବିଧା କାରଣ ପାଇଁ ଏହି ବର୍ଷ ଆମ ସମସ୍ତଙ୍କ ସମୟ ପ୍ରାୟ ଦୁଃଖ ସହ କଷ୍ଟମୟ ହୋଇ ପଡିଥିଲା ।। କିନ୍ତୁ ତଥାପି ଆମେ ଆମ ଜୀବନରେ ସଂଗ୍ରାମ ସହ ସଂଘର୍ଷ ଜାରି ରଖିଛନ୍ତି ଏବଂ ନିଜର ଭୁଲ ଟିକୁ ସୁଧାରି ନୂଆ ଭବିଷ୍ୟତର ଆୟମାରମ୍ଭ କରିଛନ୍ତି ।।

ବିଗତ ଦିନରେ ବିଭିନ୍ନ କ୍ଷେତ୍ରରେ ଆପଣ ମତେ ଆପଣଙ୍କର ନିଜର ଆପଣାର ମଣିଷ ଭାବି ଯେଉଁ ଭଳି ଯେଉଁ ସମୟରେ ଆପଣଙ୍କର ଆର୍ଶୀବାଦ ଓ ଭଲ ପାଇବା ଦେଇଛନ୍ତି ସେଥିପାଇଁ ମୋ ହୃଦୟରୁ ଆନ୍ତରିକତା ସହ କୋଟି କୋଟି ପ୍ରଣାମ ସହ ଧନ୍ୟବାଦ ।। ଆପଣଙ୍କର ଆର୍ଶୀବାଦ ଓ ଭଲ ପାଇବା ସହ ଆପଣଙ୍କର ସୁସ୍ଥ,ନିରାମୟ ସୁଖମୟ,ସମୃଦ୍ଧିମୟ ଜୀବନ କାମନା କରୁଛି ।। 

Exit mobile version