ମାହାଙ୍ଗା କଂଗ୍ରେସ ଗୋଷ୍ଟି କନ୍ଦଳ ଛୁରା ମାଡ ଘଟଣାକୁ ନେଇ ପିସିସି 3 ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ର ତଦନ୍ତ ।

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଡିସେମ୍ବର ଗୁରୁବାର )ମାହାଙ୍ଗା :- ଗତ ଦୁଇ ଦିନ ତଳେ କଂଗ୍ରେସ ର ଏକ ଯୁବ ସମ୍ମିଳନୀ ସଭା ଚାଲିଥିଲା ବେଳେ କିଛି ନିର୍ଦିଷ୍ଟ ଗୋଷ୍ଟିର ଯୁବକମାନେ ଆସି ସଭା ମଞ୍ଚ ଉପରେ ଜବରଦସ୍ତ ଚଢି ଗାଳି ଗୁଲଜ କରି ବିରୋଧ ପ୍ରଦର୍ଶନ କରିଥିଲେ ଏବଂ ସଭା କୂ ଭଣ୍ଡୁରୁ କରିବା ପାଇଁ ଉଦ୍ୟମ କରିଥିବା ଦେଖିବାକୁ ମିଳିଥିଲା ।ତେବେ ଏଥିରେ ଜଣେ କଂଗ୍ରେସ କର୍ମୀ ଉମେଶ ଚନ୍ଦ୍ର ସାହୁଙ୍କୁ ଛୁରା ମାଡ ହେଇଥିଲା।ମାହାଙ୍ଗା ନିର୍ବାଚନ ମଣ୍ଡଳିର କଂଗ୍ରେସ ପାର୍ଥି ଯିଏ ହୋଇଥିଲେ ତାଙ୍କରି ସମର୍ଥକ ମାନେ ଏଭଳି ଘଟଣା କରିଛନ୍ତି ବୋଲି ପିସିସ ର ପୂର୍ବତନ ସମ୍ପାଦକ ପ୍ରଦୀପ୍ତ ଦାସ ଅଭିଯୋଗ କରିବା ପରେ ଆଜି କଂଗ୍ରେସ ର 3 ଜଣିଆ ଫ୍ୟାକ୍ଟ

ଫାଇଣ୍ଡିଂ ଟିମ ଘଟଣା ସ୍ଥଳ ମାହାଙ୍ଗା ମଣି ଜୋରି କୁ ଆସି କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ଙ୍କ ସହ ଗଣ୍ଡଗୋଳ ସମ୍ପର୍କରେ ଆଲୋଚନା କରି ସତ୍ୟାସତ୍ୟ ଅନୁଧ୍ୟାନ କରିଛନ୍ତି, ଏବଂ ଆହତ କର୍ମି ଙ୍କ ଘରକୁ ଯାଇ ତାଙ୍କ ସ୍ଵାସ୍ତ୍ୟବସ୍ତା ପଚାରିବୁଝିବା ସହ ଘଟଣା ସମ୍ପର୍କରେ ବୁଝିଥିଲେ,ତେବେ କଣ ଆଲୋଚନା ହୋଇଥିଲା ତାହା ପରବର୍ତି ସମୟରେ ସୂଚନା ଦିଆଯିବ ବୋଲି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ସୂଚନା ଦେଇଛନ୍ତି।ଏହି ଟିମରେ କଂଗ୍ରେସ ନେତା ବଟକୃଷ୍ଣ ତ୍ରିପାଠୀ, ବରିଷ୍ଠ ନେତା ଶିବାନନ୍ଦ ରାୟ ସାମିଲ ହୋଇଥିଲେ,


           (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ)

Exit mobile version