ବରଗଡ଼ ଜିଲ୍ଲା ରେ ବୀରତା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଡିସେମ୍ବର ଗୁରୁବାର ) ବରଗଡ଼ :-ବରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନରେ ସହୀଦ ମାଧୋ ସିଂ ଓ ତାଙ୍କ ପରିବାର ସ୍ବାଧୀନତା ସଂଗ୍ରାମରେ ବଳିଦାନ ସ୍ମୃତି ରେ ବୀରତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ହଲଦୀ ପାଲି ଛକ ସ୍ଥିତ ବୀର ସ୍ମୃତି ସ୍ତମ୍ଭ ଠାରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ, ଜିଲ୍ଲା ଏସପି ପଦ୍ମିନୀ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ

ଦାଶ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏବଂ ସ୍ମୃତି ଚାରଣ କରିଥିଲେ। ସେହିପରି ଆମ ଆଦମୀ ପାର୍ଟି ପକ୍ଷରୁ ମଧ୍ୟ ବୀର ସ୍ତମ୍ଭ ଠାରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଜିଲ୍ଲା ଆବାହକ ଭବାନୀ ସାହୁ,ଅମିତାଭ ପାତ୍ର,ମରିୟମ ବାର୍ଲା ପ୍ରମୁଖ ଉପସ୍ଥିତ ଥିଲେ। ଘେଁସ ଠାରେ ମଧ୍ୟ ଏକ ସ୍ମୃତି ସଭା ଆୟୋଜିତ ହୋଇଥିଲା।

Exit mobile version