ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 2020 – ଭୁବନେଶ୍ୱର ସ୍ମାର୍ଟସିଟିରେ ଏହି ବ୍ୟୁଟିଙ୍କ କୁଇନଙ୍କ ପଛରେ ଲୁଚି ରହିଛି ବ୍ରାଉନସୁଗାର ଚାଲାଣର କଳାକାହାଣୀ । ଯାହାର ଆଜି ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ବ୍ରାଉନସୁଗାର କାରବାରର ହବ ପାଲଟିଥିବା ଭୁବନେଶ୍ୱର ହଳଦିପଡିଆରୁ ଯୁବତୀଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ପୋଲିସ । ବ୍ରାଉନସୁଗାର ବିକ୍ରି ପାଇଁ ନେଉଥିବା ବେଳେ ଲକ୍ଷ୍ମୀସାଗର ପୋଲିସ ପଞ୍ଝାରେ ପଡିଛି ବିଷକନ୍ୟା । ବ୍ରାଉନସୁଗାର କାରବାରରେ ଲିପ୍ତ ଥିବା ଯୁବତୀଙ୍କ ଠାରୁ ୪୪ ଗ୍ରାମର ଧଳାଜହର ଜବତ କରିଛି ପୋଲିସ । ପାଖାପାଖି ୭ ଲକ୍ଷ ଟଙ୍କାର ବିଷ ଧରି ବଜାରକୁ ବାହାରିଥିଲେ ଯୁବତୀ । ଏହାକୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ପୂର୍ବରୁ ପୋଲିସ ଜାଲରେ ପଡିଥିଲେ ବିଷକନ୍ୟା । ପାଖରୁ ନଗଦ ୨୬୦୦ ଟଙ୍କା ସହ ୨ଟି ସ୍କୁଟି, ଗୋଟିଏ ପଲସର ବାଇକ ଓ ୨ଟି ଦାମୀ ମୋବାଇଲ ଫୋନ୍ ଜବତ କରିଛି ପୋଲିସ ।
ସ୍ମାର୍ଟସିଟିରେ ବିଷକନ୍ୟା ବିକୁଛି ଧଳାଜହର

Related Content
ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର
by
Proprietor Abhimanyu Maharana
April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ
by
Proprietor Abhimanyu Maharana
April 30, 2026
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ
by
Proprietor Abhimanyu Maharana
April 30, 2026
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ
by
Proprietor Abhimanyu Maharana
April 30, 2026
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ
by
Proprietor Abhimanyu Maharana
April 30, 2026
ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ
by
Proprietor Abhimanyu Maharana
April 30, 2026