ଆନ୍ତଃ ରାଜ୍ୟ କ୍ରିକେଟ ଫୋର୍ ସିଂ ସମ୍ବଲପୁର ଚାମ୍ପିଅନ

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଡିସେମ୍ବର ଗୁରୁବାର )ବରଗଡ଼ :-ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ ନୁଆଗଡଠାରେ ଆୟୋଜିତ ହୋଇଥିବା ଆନ୍ତଃ ରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ସମ୍ବଲପୁର ର ଫୋର୍ ସିଂ ଦଳ ୨୨ ରନରେ ବିଜୟୀ ହୋଇଥିଲେ। ଫାଇନାଲ ଖେଳ ଫୋର୍ ସି ଏବଂ ଜେସିସି ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପରମେ ବ୍ୟାଟିଂ କରି ଫୋରସି ଦଳ ୧୯୧ ରନ କରି ସମସ୍ତ ଖେଳାଳି ଆଉଟ୍ ହୋଇଯାଇଥିଲେ। ଜବାବରେ ଜେ ସିସି ସମ୍ବଲପୁର ଦଳ ସମସ୍ତ ଉଇକେଟ ହରାଇ ୧୬୯ ରନ ସଂଗ୍ରହ କରି ଥିଲେ। ଦେବବ୍ରତ ପ୍ରଧାନ ଙ୍କୁ ମ୍ୟାନ ଅଫ ଦି ସିରିଜ୍ ଏବଂ ଫାଇନାଲ ଖେଳ ରେ ୮୦ ରନ କରି ଦଳକୁ ବିଜୟୀ

 

କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କୁସଲ ପଟେଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଅଭିଷେକ ପଣ୍ଡାଙ୍କୁ ଶ୍ରେଷ୍ଠ ବୋଲର ଭାବେ ପୁରସ୍କୃତ ହୋଇଥିଲେ। ମ୍ୟାଚ ପରିଚାଳନା କରିଥିଲେ ଓସିଏ ଆମ୍ପିୟାର ମହମ୍ମଦ ଇସାକ ଓ ପ୍ରଭଞ୍ଜନ ବଳ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଏବଂ ଯୁବ ନେତା ସତ୍ୟ ନାରାୟଣ ପ୍ରଧାନ ଯୋଗଦେଇ ଥିଲେ।

Exit mobile version