ନୂଆବର୍ଷ ପାଳିବେନି ; ପ୍ରଦେଶ କଂଗ୍ରେସ କମିଟି ସଭାପତି – ଶ୍ରୀ ନିରଞ୍ଜନ ପଟ୍ଟନାୟକ

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଡିସେମ୍ବର ଗୁରୁବାର )ଭୁବନେଶ୍ୱର :- କେନ୍ଦ୍ର ସରକାର ପାରିତ କରିଥିବା କୃଷି ଓ କୃଷକ ବିରୋଧ ଆଇନର ପ୍ରତ୍ୟାହାର ଦାବିରେ ଲକ୍ଷ ଲକ୍ଷ ଚାଷୀ ଶୀତ କାକରରେ ରାସ୍ତାରେ ପଡିରହି ଆନ୍ଦୋଳନ ଚଳାଇଛନ୍ତି । ଅତ୍ୟନ୍ତ ଦୁଃଖ ଦୁର୍ଦଶାରେ ସମୟ ଅତିବାହିତ କରୁଥିବା ବେଳେ ସରକାର ଏପର୍ଯ୍ୟନ୍ତ ସେମାନଙ୍କର ଦାବିକୁ ଶୁଣି ନାହାନ୍ତି । ଏପରିକି ୪୦ ରୁ ଉର୍ଦ୍ଧ ଚାଷୀ ମୃତ୍ୟୁବରଣ କଲେଣି ।

ଚାଷୀମାନେ ଦେଶର ମେରୁଦଣ୍ଡ । କଂଗ୍ରେସ ଦଳ ସର୍ବଦା କୃଷକମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିଆସିଛି । ଏଭଳି ଦୁଃଖଦ ସମୟରେ ସେମାନଙ୍କ ପ୍ରତି ସମର୍ଥନ ଓ ସମବେଦନା ଜଣାଇବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆସନ୍ତାକାଲି ୨୦ ୨୧ ନୂଆବର୍ଷ ପାଳନ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ।

Exit mobile version