କାଲିଠାରୁ ମହଙ୍ଗା ପଡ଼ିପାରେ ବିନା ହେଲମେଟ୍‌ …

ଓଡ଼ିଶା ତାଜା ନ୍ୟୁଜ୍ (୩୧ ଡିସେମ୍ବର ଗୁରୁବାର )ଭୁବନେଶ୍ୱର :- କାଲିଠାରୁ ମହଙ୍ଗା ପଡ଼ିପାରେ ବିନା ହେଲମେଟ୍‌ରେ ବାଇକ୍ ଚଳାଇବା । ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇ ଧରାପଡ଼ିଲେ ହଜାରେ ଟଙ୍କା ଜରିମାନା ସହ ୩ ମାସ ଯାଏ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ । ଏହାସହ ପଛରେ ବସିବା ଲୋକଙ୍କ ପାଇଁ ମଧ୍ୟ ହେଲମେଟ୍ ବାଧ୍ୟତାମୂଳକ କରାଯାଇଛି ।

ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏହି ନିୟମକୁ ଲାଗୁ କରିବାକୁ ରାଜ୍ୟ ପୋଲିସ ଏବଂ ପରିବହନ କମିଶନର ତତ୍ପରତା ପ୍ରକଶା କରିଛନ୍ତି । ପୂର୍ବରୁ ପରିବହନ ବିଭାଗ ସଚିବ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ଅମାନିଆ ଚାଳକଙ୍କ ଲାଇସେନ୍ସ ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Exit mobile version