ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ହଡପ : ପଟ୍ଟାମୁଣ୍ଡାଇ ବିଜେପି ଦଳ ପକ୍ଷରୁ ବିକ୍ଷୋଭ

ଓଡ଼ିଶା ତାଜା ନ୍ୟୁଜ୍ (୩୦ ଡିସେମ୍ବର ବୁଧବାର ) କେନ୍ଦ୍ରାପଡ଼ା :- କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ବିଜେପି ଦଳ ତରଫରୁ ଆଜି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ବିଗତ ବର୍ଷ ବର୍ଷ ଧରି ଯେଉଁ ପ୍ରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ଅତି ଟେକିନିକା ଲି ଭାବେ ପାଇଥିବା ଆବାସ ଯୋଜନା ର ହିତାଧିକାରୀ ମାନଙ୍କ ଘରକୁ ନିଜ ସରକାର ଲୋଗୋ ଏବଂ ଷ୍ଟିକର ଲଗାଇବା ସହିତ ସରକାରଙ୍କ ସ୍ୱତନ୍ତ୍ର ପ୍ରସ୍ତୁତ ସତ୍ୟପାଠ ଲିପିଲେଟ ପତ୍ର କୁ ହିତାଧିକାରୀ ମାନଂକୁ ପଢାଇ ଶୁଣାଇ ବା ସହ ଭିଡ଼ିଓ କରି ଉଚ୍ଚ ପଦସ୍ଥ ଅଧିକାରୀ ନେତା ଏବଂ ମନ୍ତ୍ରୀ ଙ୍କୁ ଖୁସି କରାଇବା ର ତତସଙ୍ଗେ ନିଜ ସରକାରଙ୍କ ବାହା ବାହା ନେବା ଜନସାଧାରଣ ଙ୍କୁ ଗୋଟିଏ ପ୍ରକାର ଭୁଆଁ ବୁଲାଉଛନ୍ତି, ଏଥି ସହିତ ସମ୍ପୃକ୍ତ ବ୍ଲକରେ ସଦା ସର୍ବଦା ଦୃନୀତି ଖୋର ରେ 365ଦିନ ସମସ୍ତ କର୍ମଚାରୀ ବୁଡିରହୁଛନ୍ତି,

ବୋଲି ସିଧା ସଳଖ ଭାବେ ପୂର୍ବତନ ବିଧାୟକ ତଥା ଭାରତୀୟ ଜନତା ପାର୍ଟି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ବର୍ତମାନ ର ରାଜନଗର ନିର୍ବାଚନ ମଣ୍ଡଳୀର ସଂଯୋକ ଡ଼ଃ ଅଲେଖ କୁମାର ଜେନା, ରାଜନଗର ଓ ପଟ୍ଟାମୁଣ୍ଡାଇ ପ୍ରଭାରୀ ଶ୍ରୀ ସୁନାକାର ବେହେରା, ବରିଷ୍ଟ ନେତା ଶ୍ରୀଯୁକ୍ତ ସଦାଶିବ ଜେନା, ଗଣେଶ୍ୱର ଦାସ, ଶ୍ରୀ ସଂଜୟ କୁମାର ଗିରି, ଯୁବ ନେତା ଲୋକନାଥ ବିଶ୍ୱାଳ, ପ୍ରମୁଖ ସରକାର ଓ ବ୍ଲକ ପ୍ରଶାସନ ଙ୍କ ମନଇଛା କାର୍ଯ୍ୟ ଆଉ ଚଳିବ ନାହଁ ବୋଲି ଚେତଇ ଦେଇଛନ୍ତି, ନ ଚେତ ଆଗାମୀ ଦିନରେ ପଟ୍ଟାମୁଣ୍ଡାଇ ବ୍ଲକ ବିଜେପି ଦଳର ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ ମାନେ ରାଜରାସ୍ତା କୁ ଓଲାହିବାକୁ ବାଧ୍ୟ୍ୟ ହେବୁ, ଅନ୍ୟ ପଟେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ରେ ମୁଖ୍ୟମନ୍ତ୍ରୀ ଙ୍କ ନାଁ ରେ ଏତଲା ଦିଆଯାଇଛି,(କେନ୍ଦ୍ରାପଡ଼ା ଜିଲ୍ଲା /ରିପୋର୍ଟ  ପ୍ରତିନିଧି ଅନିରୁଦ୍ଧ ସେଠୀ)

Exit mobile version