ଭିନ୍ନକ୍ଷମ ଯୁବତୀକୁ ଅସଦାଚାରଣ ଅଭିଯୋଗ : ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ

ଓଡ଼ିଶା ତାଜା ନ୍ୟୁଜ୍ (୩୦ ଡିସେମ୍ବର ବୁଧବାର )କୁକୁଡାଖଣ୍ଡି :-  ସଦରଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଭଣ୍ଡାରୀ ସାହିର ଘଟଣା ବନ୍ଧକୁ ଯିବା ସମୟରେ ଜଣେ ଭିନ୍ନକ୍ଷମ ଯୁବତୀକୁ ଅସଦାଚାରଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ସାହିର ଜଣେ ୨୫ ବର୍ଷୀୟା ଭିନ୍ନକ୍ଷମ ଯୁବତୀଜଣକ ମଙ୍ଗଳବାର ରାତ୍ର ୭ଟା ସମୟରେ ସାହି ନିକଟ ବନ୍ଧକୁ ଶୈଚ ନିମନ୍ତେ ଯାଉଥିବା ବେଳେ ଗ୍ରାମର ହରିଡାକୁଆ ନାମକ ବ୍ୟକ୍ତି ଯୁବତୀଙ୍କୁ ରାସ୍ତାରେ ନିକଟରେ ଅସଦାଚାରଣ କରିବାକୁ ଚେଷ୍ଟା କରିଥିଲା । ଯୁବତୀଙ୍କ ପାଟି ଶୁଣି ତାଙ୍କ ସାମ୍ପକୀୟ ଦୁଇଭାଇ ଆସି ତାଙ୍କୁ ଉଦ୍ଧାର କରିବା ସମୟରେ

ଉଦ୍ଧାର କରିବାକୁ ଯାଇଥିବା ଦୁଇଭାଇ ଜଗନ ଓ ଶୁଭେନ୍ଦ୍ର ଡାକୁଆକୁ ହରି କାତିରେ ଆକ୍ରମଣ କରି ଘଟଣାସ୍ଥଳରୁ ଚାଲିଯାଇଥିବା ନେଇ ଜଗନ ଡାକୁଆ ସଦରଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସଦର ଥାନା ପୋଲିସ ଉଭୟ ଆଡୁ ଯାଇଥିବା ଅଭିଯୋଗକୁ ଭିତ୍ତି କରି ଯୁବତୀଙ୍କ ଆଡୁ ୪୦୫/୨୦ରେ ମାମଲା ରୁଜୁ କରିଥିବା ବେଳେ ହରିକୁ ଆକ୍ରମଣ ଯୋଗୁଁ ତାଙ୍କ ମୁଣ୍ଡରେ ଆଘାତ ହୋଇଥିବାରୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ଉପରେ ୪୦୭/୨୦ରେ ମାମଲା ରୁଜୁ କରି ପୋଲିସ ଘଟଣାସ୍ଥଳରେ ତଦନ୍ତ ଚଲାଇଥିବା ଥାନା ଅଧିକାରୀ ସନ୍ତୋଷିନୀ ସୂଚନା ଦେଇଛନ୍ତି।
(ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version