ନିଶ୍ଚନ୍ତ କୋଇଲି ବ୍ଲକରେ ଗତ ଫନି ବାତ୍ୟା ସମୟରେ ରନ୍ଧା ଖାଦ୍ୟ ପ୍ରଦାନ ଦୁର୍ନୀତିର ତଦନ୍ତ ଦାବିକଲେ ଅଞ୍ଚଳବାସୀ, ବିଡ଼ିଓ ଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଦେଲେ ଦାବୀ ପତ୍ର, —

ମାହାଙ୍ଗା (ଓଡିଶା ତାଜା ନିଉଜ ) ନିଶ୍ଚନ୍ତ କୋଇଲି ବ୍ଲକ 2020 :- ଗତ ଫନି ମହାବାତ୍ୟା ସମୟରେ ବାତ୍ୟା ବିପନ୍ନ ମାନଙ୍କୁ ଥଇଥାନ କରିବା ସହ ବାତ୍ୟା ବିପନ୍ନ କ୍ୟାମ୍ପ ରେ ଯୋଗାଇଦିଆଯାଇଥିବା ରନ୍ଧା ଖାଦ୍ୟରେ ଦୁର୍ନୀତି ହେଇଥିବ ସୂଚନା ଅଧିକାର ପତ୍ର ରୁ ଜଣାପଡିବା ପରେ ଆଜି ଅଞ୍ଚଳବାସୀଙ୍କ ପକ୍ଷରୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କାରି ନିଶ୍ଚନ୍ତ କୋଇଲି ବ୍ଲକ ସମୁଖରେ ଧାରଣା ଦିଆଯାଇଥିଲା,

ରନ୍ଧା ଖାଦ୍ୟ ପ୍ରଦାନ ଖାତା କଲମରେ କରାଯାଇଥିବାବେଳେ ବହୁ ମିଥ୍ୟା ବିପନ୍ନ କ୍ୟାମ୍ପ କରାଯାଇଥିବା କାଗଜକଲମରେ ଦର୍ଶାଯାଇ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀମାନେ ବିପୁଳ ସଂଖ୍ୟାରେ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି, ଏଥିନେଇ 18ଟି ପଞ୍ଚାୟତ ର ଲୋକମାନେ ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି,

Exit mobile version