ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ବିଚାରଧୀନ କଏଦୀର ମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ୍ (୩୦ ଡିସେମ୍ବର ବୁଧବାର )ଢେଙ୍କାନାଳ :- ଆଜି ଭୋର୍ ପାଞ୍ଚଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଚାରଧୀନ କଏଦୀ ବ୍ରହ୍ମାନନ୍ଦ ଦେହୁରୀଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ, ଜିଲ୍ଲା ସଦର ଥାନା ଅନ୍ତର୍ଗତ ହରିପୁର ଗ୍ରାମର ୪୮ ବର୍ଷୀୟ ବ୍ରହ୍ମାନନ୍ଦ ଦେହୁରୀ ୨୦୧୩ ମସିହା ଅଗଷ୍ଟ ୧୩ ତାରିଖ ଏକ ହତ୍ୟା ମାମଲାରେ ଜିଲ୍ଲା କାରାଗାରରେ ବିଚାରଧୀନ କଏଦୀ ଭାବେ ଥିବାବେଳେ ଗତକାଲି ତାଙ୍କର ପେଟରେ ଯନ୍ତ୍ରଣା ହେବାରୁ ଜେଲ୍ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ।

ଅଧିକ ଯନ୍ତ୍ରଣା ହେବାରୁ ପାଖାପାଖି ରାତି ଏଗାରଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତେବେ ଆଜି ଭୋର୍ ପାଞ୍ଚଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ବିଚାରଧୀନ କଏଦୀ ବ୍ରହ୍ମାନନ୍ଦଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିର ଶବ ବ୍ୟବଚ୍ଛେଦ କରାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି । (ଜିଲ୍ଲା ରିପୋର୍ଟ୍, ଅମର ରଞ୍ଜନ ଦାସ)

Exit mobile version