!! ପଡ଼ୋଶୀ ସାଜିଲା ବଇରୀ ; ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଆଇନଜୀବୀ ଗିରଫ !!

ଓଡ଼ିଶା ତାଜା ନ୍ୟୁଜ୍ (୩୦ ଡିସେମ୍ବର ବୁଧବାର ) ଭୁବନେଶ୍ୱର :-  ନୟାଗଡ଼ର ନିଷ୍ପାପ ଶିଶୁ ପରୀ ବଳାତ୍କାର ଓ ହତ୍ୟା ଘଟଣା ରାଜ୍ୟବାସୀଙ୍କ ମନକୁ ଆନ୍ଦୋଳିତ କରୁଥିବା ବେଳେ ଖୋଦ୍‌ ରାଜଧାନୀରେ ଜଣେ ୭ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଛି । ପୁଣି ବଳାତ୍କାର କରିଛନ୍ତିି ଜଣେ ଆଇନଜୀବୀ । ତାଙ୍କ ନାମ ରବି ଦାସ(୪୦) । ଘର ଓଲ୍ଡ ଟାଉନ୍‌ । ଶ୍ରୀଲିଙ୍ଗରାଜ ଥାନା ପୁଲିସ ରବିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି

ସୂଚନା ଅନୁଯାୟୀ, ସୋମବାର ରାତିରେ ରବିଙ୍କ ପତ୍ନୀ ପଡ଼ିଶା ଘରକୁ ଯାଇଥିଲେ । ଏହି ସମୟରେ ରବିଙ୍କ ପଡ଼ିଶା ଘରେ ରହୁଥିବା ଜଣେ ୭ ବର୍ଷର ନାବାଳିକା ତାଙ୍କ ଘରକୁ ଆସିଥିଲା । ଘରେ ପତ୍ନୀ ନଥିବା ସୁଯୋଗରେ ରବି ନାବାଳିକାକକୁ ଏକୁଟିଆ ପାଇ ବଳାତ୍କାର କରିଥିଲେ । ନାବାଳିକାର ଚିତ୍କାର ଶୁଣି ପଡ଼ୋଶୀମାନେ ଉଠି ଆସିଥିଲେ । ଏନେଇ ନାବାଳିକାର ମା’ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରିବା ସହ ରବିଙ୍କୁ ରାତାରାତି ଉଠାଇ ଆଣିଥିଲା । ମଙ୍ଗଳବାର ନାବାଳିକା ଓ ରବିଙ୍କର ପୁଲିସ ଡାକ୍ତରୀମାଇନା କରାଇଥିଲା । ଅପରାହ୍ଣରେ ରବିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି !!

Exit mobile version