ମାହାଙ୍ଗା କଂଗ୍ରେସର ଦୁଇଗୋଷ୍ଟି ମୁହାଁମୁହିଁ, ସଭାସ୍ଥଳ ପାଲଟିଲା ରଣକ୍ଷେତ୍ର, ଛୁରା ମାଡ଼ରେ ଜଣେ ଆହତ

,

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ,ମଙ୍ଗଳବାର ) ଭୁବନେଶ୍ୱର :- ଓଡିଶା ତାଜା ନିଉଜ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମଣିଜୋରି ସହିଦ ଭବନରେ ମାହାଙ୍ଗା ଯୁବ କଂଗ୍ରେସ ପକ୍ଷରୁ ପରି ଘଟଣା ନେଇ ଡିଜି ଅଫିସ ଘେରାଉ ପାଇଁ ଏକ ସମାବେଶ ଚାଲିଥିବା ବେଳେ କଂଗ୍ରେସ ର ଦୁଇ ଗୋଷ୍ଟି ମଧ୍ୟରେ ହାତାହାତି ହୋଇଛନ୍ତି, ଛୁରାମାଡ଼ ରେ ଜଣେ କଂଗ୍ରେସ କର୍ମୀ ଆହତହୋଇ ମେଡ଼ିକାଲରେ ଭର୍ତ୍ତି ହେବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି, ମାହାଙ୍ଗା ରେ ପ୍ରଦେଶ କଂଗ୍ରସ ପୂର୍ବତନ ସମ୍ପାଦକ ପ୍ରଦୀପ୍ତ କୁମାର ଦାସ ଙ୍କ ନେତୃତ୍ୱରେ ଏକ ଯୁବକଂଗ୍ରେସ କର୍ମୀ ସମାବେଶ ଆୟୋଜନ କରାଯାଇଥିବା ବେଳେ କଂଗ୍ରେସ ବିଧାୟକ ପାର୍ଥି ଦେବେନ୍ଦ୍ର ସାହୁଙ୍କ ସମର୍ଥକ ମାନେ ଏହାକୁ ସହଜରେ ହଜମ କରିପାରିନାହାନ୍ତି, ଯୁବ ସଂଗଠକ ଶ୍ରୀ ଦାସଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ୁ ବଢୁଥିବାରୁ ବିରୋଧୀ ମାନଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି, ଯାହା ସ୍ୱରୂପ ପ୍ରଦୀପ୍ତ ଦାସଙ୍କ ସଭାକୁ ଭଣ୍ଡୁର କରିବା ପାଇଁ ଦେବେନ୍ଦ୍ର ସାହୁଙ୍କ ଓଳକଣା,

କୁଆଁପାଳ, ଏରକଣା ଅଂଚଳର ସମର୍ଥକ ମାନେ ଆଜି ସଭାସ୍ଥଳରେ ପହଂଚି ସଭାକୁ ଭଂଡୁରକରିବା ପାଇଁ ସଭା ଚାଲିଥିବାବେଳ ମଞ୍ଚକୁ ଚଢ଼ିଯାଇ ହୋହାଲ୍ଲା କରି ଗଣ୍ଡଗୋଳ କରିଥିଲେ, ହେଲେ ସଭାରେ ଥିବା କଟକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଏହାକୁ ଭୃକ୍ଷେପ ନକରି ନିଜର ବକ୍ତବ୍ୟ ଦେଇ ଚାଲିଥିଲେ, ଶେଷରେ ଗଣ୍ଡଗୋଳ ଏମିତି ହେଲା ହାତାହାତି ଯାଏ କଥା ଗଲା, ଉଭୟ ଗୋଷ୍ଟି ଙ୍କ ଗଣ୍ଡଗୋଳ ସମୟରେ କଂଗ୍ରେସ କର୍ମୀ ଉମେଶ ସାହୁଙ୍କ ପେଟକୁ ସ୍ଥାନୀୟ ଅଂଚଳର ଦୁଇ ଯୁବକ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିବା ଦ୍ୱାରା ତାଙ୍କ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇ ଆହତ ହୋଇ ସେଠାରେ ପଡିଗଲେ, ତାଙ୍କୁ ତୁରନ୍ତ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି,

ଏହି ଘଟଣାରେ କଂଗ୍ରେସ ବିଧାୟକ ପାର୍ଥି ହୋଇଥିବା ଦେବେନ୍ଦ୍ର ସାହୁଙ୍କ ସମ୍ପୂର୍ଣ ହାତ ଥିବା ନେଇ ଆହତ କର୍ମୀ ଉମେଶ ସାହୁ ଥାନାରେ ଅଭିଯୋଗ କରିବାପରେ ପୋଲିସ ଅଭିଯୁକ୍ତ ସୋମନାଥ ଜେନାକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି, ଏ ସମ୍ପର୍କରେ କଂଗ୍ରେସ ନେତା ଦେଵଵନ୍ଦ୍ର ସାହୁ ଙ୍କୁ ଯୋଗାଯୋଗ କରିବାରୁ ସେ ଏହି ସଭା କି ଗଣ୍ଡଗୋଳ ସମ୍ପର୍କରେ ଜାଣିନଥିବା କି ତାଙ୍କର ସମ୍ପୃକ୍ତି ନଥିବା କହିଛନ୍ତି, ଅନ୍ୟପକ୍ଷରେ ଜେସା କୁ ତେସା ନୀତିରେ ତୁରନ୍ତ ଜବାବ ଦିଆଯିବ ବୋଲି ସଭା ଆୟୋଜନ କରିଥିବା ପିସିସି ପୂର୍ବତନ ସମ୍ପାଦକ ପ୍ରଦୀପ୍ତ ଦାସ ଗଣମାଧ୍ୟମ କୁ କହିଛନ୍ତି, ଆଗକୁ କଂଗ୍ରେସ ଗୋଷ୍ଟୀକନ୍ଦଳ କି ରୂପ ନେଉଛି ସମୟ କହିବ, ଅପର ପକ୍ଷରେ ଏପରି ଘଟଣାକୁ ମାହାଙ୍ଗା କଂଗ୍ରେସ ର ପୁରୁଖା ନେତାମାନେ ନାପସନ୍ଦ କରିଛନ୍ତି,

Exit mobile version