ବି.ସି. ହାଇସ୍କୁଲରେ ମହା ପୁରୁଷ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ନୂତନ ବିଜ୍ଞାନଗାରା ଉଦଘାଟନ ଉତ୍ସବ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ୨୦୨୦,ମଙ୍ଗଳବାର ) ରଣପୁର :- ଆଜି ରଣପୁର ବ୍ଲକର ବଜେନ୍ଦ୍ର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ସ୍ୱାଭିମାନ ମଞ୍ଚ ସୌଜନ୍ୟରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ନୂତନ ବିଜ୍ଞାନଗାରା ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ମହାମହୋପାଧ୍ୟାୟ ଚନ୍ଦ୍ର ଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତ, ଉତ୍କଳ ଗୌରବ ମଧୁସୂଦନ ଦାସ, ରାଜା ସାହେବ ବଜେନ୍ଦ୍ର ଚନ୍ଦ୍ର ସିଂହଦେଓ ବୀରବର ବଜ୍ରଧର ନରେନ୍ଦ୍ର ମହାପାତ୍ର, ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯାଇଛି l

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର, ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ରଣପୁର ରାଜା ସାହେବ ଦିଲ୍ଲୀପ ଶ୍ରୀ ଚନ୍ଦନ ନରେନ୍ଦ୍ର ମହାପାତ୍ର, ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାଶ, ସମ୍ପାଦକ ଡ଼. ପ୍ରଭାକର ତ୍ରିପାଠୀ, ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ସଭାପତି ନବ କିଶୋର ରାୟ, ସଦସ୍ୟ ରାଜ କିଶୋର ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମାଧବ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ l

ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଶିକ୍ଷକ ବିରଞ୍ଚି ନାରାୟଣ ମହାପାତ୍ର, ଶିକ୍ଷକ ତପନ ସ୍ୱାଇଁ, ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଡ. କଳ୍ପନା ରଥ, ବାସନ୍ତୀ ଦେଇ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ରଞ୍ଜୁବାଳା ନନ୍ଦ, ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମେଶ କୁମାର ବଳବନ୍ତରାୟ, ଆଇନିଜୀବି କୃପାସିନ୍ଧୁ ବେହେରା, ଶିକ୍ଷକ ରବିନ୍ଦ୍ର କୁମାର ନାୟକ ଓ ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ l

ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ସଭା କାର୍ଯ୍ୟକୁ ପରିଚାଳନା କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ରୋଷେୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ନୂତନ ଭାବେ ତିଆରି ହୋଇଥିବା ବିଜ୍ଞାନଗାରାଟି ଛାତ୍ରଛାତ୍ରୀଙ୍କୁ ଅଧୟନରେ ବେଶ ସାହାଯ୍ୟ କରିବ ବୋଲି ବିଧାୟକ ଶ୍ରୀ ପ୍ରଧାନ ମତ ଦେଇଥିଲେ l ଶିକ୍ଷକ ବିରୁପାକ୍ଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l (ରିପୋର୍ଟ – ସୋନାଲି ମହାରଣା)

Exit mobile version