ବରଗଡ଼ ଜିଲ୍ଲାର ବନ୍ଦ ହୋଇଥିବା ୨୭୩ ସରକାରୀ ସ୍କୁଲ କୁ ବିଜେଡି ସରକାର ତୁରନ୍ତ ଖୋଲନ୍ତୁ : ଆପ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ୨୦୨୦,ମଙ୍ଗଳବାର ) ବରଗଡ଼ :-  ବିଜେଡ଼ି ସରକାର ନିଜ ଦୁର୍ବଳତା କୁ ଲୁଚେଇବାକୁ ଯାଇ ପୁଣି ଏକ ମିଛ ଖେଳ ଆରମ୍ଭ କରିଥିବା ଅଭିଯୋଗ କରିଛି ଆମ ଆଦମୀ ପାର୍ଟି । ସରକାରୀ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରି ଏହାକୁ ଐତିହାସିକ ବୋଲି କହୁଛନ୍ତି ନବୀନ ସରକାର କିନ୍ତୁ ବରଗଡ଼ ରେ ୨୭୩ଟି ସରକାରୀ ସ୍କୁଲ କୁ ବନ୍ଦ ହୋଇଥିଲେ ସୁଦ୍ଧା ପୁନଃ ଖୋଲିବାକୁ କୌଣସି ପଦକ୍ଷେପ ନେଇ ନାହାଁନ୍ତି। ସରକାରୀ ସ୍କୁଲ ରେ ଶିକ୍ଷକ ନିଯୁକ୍ତି ଦେଉନାହାନ୍ତି, ଭିତ୍ତିଭୂମି ର ବିକାଶ ନକରି ଗାଁ ରେ ଥିବା ସ୍କୁଲ ଗୁଡିକ ବନ୍ଦ କରିଦେଉଛନ୍ତି । ଏହାକୁ ନେଇ ଅଭିଭାଭକ ମହଲରେ ତୀବ୍ର ଅସନ୍ତୋଷ ଲାଗିରହିଛି ।

ରାଜ୍ୟରେ ମୋ ସ୍କୁଲ ଅଭିଯାନ ଫେଲ ମାରିବା ପରେ ଲୋକଙ୍କ ଦୃଷ୍ଟିକୁ ଅନ୍ୟତ୍ର ହଟେଇବା ପାଇଁ ଏବେ ନବୀନ ସରକାର ସଂରକ୍ଷଣ ନୀତି ଆରମ୍ଭ କରି ଛନ୍ତି କିନ୍ତୁ ଓଡିଶା ର ଲୋକ ଏତେ ବୋକା ନୁହନ୍ତି ସରକାରଙ୍କ ଶିକ୍ଷା ବିରୋଧୀ ନୀତିର ଜବାବ ଦେବେ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ବିଜୁ ଜନତା ଦଳ ନିରଂକୁସ ଶାସନ ରେ ଥିଲେ ସୁଦ୍ଧା ଶିକ୍ଷା ଭଳି ମୌଳିକ ସୁବିଧା ଦେଇ ପାରୁ ନଥିବା ଅଭିଯୋଗ କରିଛନ୍ତି ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ସେହିଭଳି ପ୍ରାଥମିକ ଶିକ୍ଷା କୁ ବର୍ବାଦ କରି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଏକ ହାସ୍ୟସ୍ପଦ ବୋଲି କହନ୍ତି ମହିଳା ସଂଘଠନ ର ନେତ୍ରୀ ମରିୟମ ବାର୍ଳା । ଏକ ଡିଜିଟାଲ ବାର୍ତା ରେ ଆମ ଆଦମୀ ପାର୍ଟି ଏହି ଅଭିଯୋଗ କରିଛି  ।

Exit mobile version