ବିଜୁ ପକ୍କା ଘର ନାମରେ ହିତାଧିକାରୀଙ୍କୁ ବିଭ୍ରାନ୍ତ : ହିଞ୍ଜିଳିରେ ବିଜେପିର ପ୍ରତିବାଦ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ,ମଙ୍ଗଳବାର )ହିଞ୍ଜିଳିକାଟୁ :- କେନ୍ଦ୍ର ସରକାର ଦେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ଚଞ୍ଚକତା କରି ବିଜୁ ପକ୍କା ଘର ନାମରେ କରି ହିତାଧିକାରୀଙ୍କୁ ବିଭ୍ରାନ୍ତ କରିବା ଓ ଘର କାନ୍ଥରେ ଷ୍ଟିକର ମାରିବା କାର୍ଯ୍ୟକୁ ଭାରତୀୟ ଜନତା ପାର୍ଟି ବିରୋଧ କରିଛି । ଏହି କ୍ରମରେ ହିଞ୍ଜିଳି ବ୍ଲକ ବିଜେପି ପକ୍ଷରୁ ନଗର ସଭାପତି ସନ୍ତୋଷ ପାଣିଗ୍ରାହୀଙ୍କ ନେତୃତ୍ୱରେ ବହୁ ଦଳୀୟ କର୍ମୀ ସ୍ଥାନୀୟ ଆରଏମସି ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଚିରି ପ୍ରତିବାଦ କରାଯାଇଥିଲା । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି ବୋଲି ଦାବି କରିଥିଲେ ।

ପରେ ଦଳୀୟ କର୍ମୀ ମାନେ ହିଞ୍ଜିଳି ଥାନାରେ ପହଞ୍ଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ହଡପ ଓ ଚଞ୍ଚକତା କରୁଥିବା ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନାମରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳି ଲୋକସଭା ପ୍ରାର୍ଥୀ ଅନିତା ଶୁଭଦର୍ଶନୀ ପଟ୍ଟନାୟକ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଶିଶିର ମିଶ୍ର, ପ୍ରଶିକ୍ଷଣ ବର୍ଗ ସଂଯୋଜକ ପବିତ୍ର ନାୟକ, ନଗର ଉପ ସଭାପତି ଆକାଶ ପଟ୍ଟନାୟକ, ପୂର୍ବତନ ନଗର ସଭାପତି ମାଧବ ଗଉଡଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ  (ରିପୋର୍ଟ : ଶୁସାନ୍ତ ପ୍ରଧାନ )

Exit mobile version