କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ଦଳ କମିଟି ତରଫରୁ ଆଜି 136ତମ ଦଳର ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ୨୦୨୦,ମଙ୍ଗଳବାର ) କେନ୍ଦ୍ରାପଡ଼ା :-କେନ୍ଦ୍ରାପଡ଼ାଜିଲ୍ଲା ତରଫରୁ କଂଗ୍ରେସ ଦଳର136ତମ ପ୍ରତିଷ୍ଠା ଦିବସ କୁ ଆଜି କଜଳା ଠାରେ ଥିବା ଜିଲ୍ଲାର କଂଗ୍ରେସ ଭବନ ପରିସରରେ ଅତି ଭବ୍ୟ ଆୟୋଜିତ ଅତି ନିରାଡ଼ମ୍ବର ରେ କଂଗ୍ରେସ ଦଳର ପ୍ରତିଷ୍ଠା ଦିବସ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ଙ୍କ ସହିତ ପୂର୍ବତନ ଖାଦ୍ୟ ଯୋଗାଣ ମନ୍ତ୍ରୀ ତଥା ଦଳର ରାଜ୍ୟ ମୁଖପାତ୍ର ଶ୍ରୀଯୁକ୍ତ ଗଣେଶ୍ୱର ବେହେରା,

ନବାଗତ ଯୁବ କେନ୍ଦ୍ରାପଡ଼ା ଜିଲ୍ଲାର କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତି, ପୂର୍ବତନ ବିଧାୟକ ଡେରାବିଶ ଶ୍ରୀଯୁକ୍ତ ଚିନ୍ମୟ ବେହୁରା, ଆଳିର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ଶର୍ମା, ପି ସି ସି ମେମ୍ବର ଶ୍ରୀ ମଳୟ ଦାସ, ପ୍ରଦୀପ ପ୍ରଧାନ, ଅନନ୍ତ ଚରଣ ସେଠି, ଯୁବ ନେତା ସମୀର ପ୍ରଧାନ, ଲୋକ ସଭା ସଭାପତି ଶ୍ରୀ ସମୀର ଜେନା, ତାପସ କୁମାର ସାହୁ, 30ଜୋନ ସଭାପତି ଅଶୋକ କୁମାର ବଳ, ରଞ୍ଜନ ମହାନ୍ତି,

ସମେତ ଶତାଧିକ ସଂଖ୍ୟାରେ ଦଳର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ରେ ଯୋଗ ଦାନ କରିବା ସହିତ ଆଗାମୀ ଦିନରେ କିପରି ଆମ୍ଭେ ମାନେ ପଂଚାୟତ ନିର୍ବାଚନ କୁ ଆଖିଆଗରେ ରଖି ଜନସାଧାରଣ ଙ୍କ ନିକଟରେ ଯେମିତି ପ୍ରତ୍ୟେକ ସୁଖ ଓ ଦୁଃଖରେ ଭାଗିଦାରୀ ହେବା ସହ ଶାସକ ଦଳର ଏକ ଛାଟିଆ ଓ ଦୃନୀତି ଖୋର ଶାସନ ଆଉ ରାଜ୍ୟ ବା ଜିଲ୍ଲାରେ ଆଉ ଚଳିବ ନାହିଁ ବୋଲି ସମସ୍ତ ନେତା ମାନଙ୍କର ଅଭିଭାଷଣ ରଖିଥିଲେ, ଉକ୍ତ କାର୍ଯ୍ୟକ୍ରମ ରେ କିଛି ନିର୍ଦ୍ଧିଷ୍ଟ ବ୍ଲକ ରୁ ଉକ୍ତ ପ୍ରତିଷ୍ଠା ଦିବସରେ କଂଗ୍ରେସ ଦଳରେ ଯୋଗଦାନ କରି ନିଜକୁ ସାମିଲୀ କରିଥିଲେ, (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି /ଅନିରୁଦ୍ଧ ସେଠୀ )

Exit mobile version