ସୂଚନା ଅଧିକାର ଅଭିଯାନ ଓ ବନ୍ଧୁ ମିଳନ ଉତ୍ସବ କେନ୍ଦ୍ରାପଡ଼ା ଜିଲ୍ଲା ତରଫରୁ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ୨୦୨୦,ମଙ୍ଗଳବାର ) କେନ୍ଦ୍ରାପଡ଼ା :-  କେନ୍ଦ୍ରାପଡା ବ୍ଲକ୍ ଶ୍ୟାମସୁନ୍ଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଷୋତ୍ତମପୁରସ୍ଥିତ ସିଦ୍ଧ ବାରମାଣିଆ ବଟ ମହାପୁରୁଷ ପୀଠରେ ଜିଲ୍ଲା ସୂଚନା ଅଧିକାର ଅଭିଯାନ ତରଫରୁ ଏକ ବନ୍ଧୁ ମିଳନ ଓ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ଚନ୍ଦ୍ର ସ୍ୱାଇଁଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ଦଳିତ ସଂଘର ସଭାପତି ତଥା ବରିଷ୍ଠ ସୂଚନା ଅଧିକାର କର୍ମୀ ନଗେନ କୁମାର ଜେନା,

ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ବିଧୁଭୂଷଣ ମହାପାତ୍ର ଓ ସୂଚନା ଅଧିକାର କର୍ମୀ କଳ୍ପତରୁ ରାଉତ, କେୱାଇଜେଏର ସଭାପତି ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ,ସାମ୍ବାଦିକ ନାମବ୍ରହ୍ମ କର, ସୂର୍ଯ୍ୟକାନ୍ତ ଦାସ, ବାବୁଲି ଜେନାଙ୍କ ସମେତ ଶତାଧିକ ସମାଜସେବୀ, ସାମ୍ବାଦିକ ଏବଂ ବୁଦ୍ଧିଜିବୀ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାକୁ ଏକ ଦୁର୍ନୀତିମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବା ଏବଂ ବିଭିନ୍ନ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସାଧାରଣ ବ୍ୟକ୍ତି ଓ ଗରିବ ଅସହାୟ ଲୋକ ମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ।

ସଭାର ପ୍ରାରମ୍ଭରେ ସୂଚନାଧିକାର କର୍ମୀ ରଞ୍ଜନ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରି ୨ ମିନିଟ ନୀରବ ପ୍ରାର୍ଥନା କରାଯାଇ ତାଙ୍କର ସ୍ମୃତିଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶୈଳବାଳା ସାମଲ, ସାମ୍ବାଦିକ ନମିତା ନାୟକ,ବିଘ୍ନେସ ସେଠୀ, ସଂନ୍ଦିପ୍ ଜେନା, ରଞନ କୁମାର ସାହୁ, ଗୌତମ ସାହୁ, ପିନାକୀ ସାମନ୍ତରାୟ,ରାକେଶ କୁମାର ଲେଙ୍କା,ସ୍ମୃତିରଞ୍ଜନ ବାରିକ, ଲକ୍ଷ୍ମଣ ସାହୁ,ଆଇଜିବୀ ସମର କେଶରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।(କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି /ଅନିରୁଦ୍ଧ ସେଠୀ)

Exit mobile version