ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ କ୍ୟାବିନେଟରେ ପାରିତ ହୋଇଥିବା ସଂରକ୍ଷଣ ବ୍ୟବସ୍ଥା କୁ ସ୍ବାଗତ ଜଣାଯାଇଛି । 

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଡିସେମ୍ବର ସୋମବାର )ଭୁବନେଶ୍ୱର :- ଆଜି ରାଜ୍ୟ ସରକାର ଙ୍କ ପକ୍ଷରୁ ରାଜ୍ୟ କ୍ୟାବିନେଟରେ ସରକାରୀ ହାଇସ୍କୁଲ ରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ପ୍ରସ୍ତାବ ପାରିତ ହୋଇଛି । ଓଡ଼ିଶାର ସରକାରୀ ସ୍କୁଲ ମାନଙ୍କରେ ପାଠ ପଢୁଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ସୃଷ୍ଟି କରିବା ଏବଂ ଏହି ଅସମାନତାକୁ ସଂଶୋଧନ କରି ଡାକ୍ତର ଓ ଇଂଜିନିୟର ହେବା ସ୍ବପ୍ନ କୁ ସାକାର କରିବା ପାଇଁ ରାଜ୍ୟ ସରକାରଙ୍କ ଏପରି ନିଷ୍ପତିକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ବାଗତ ଜଣାଯାଇଛି । ଏହା ସହ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ ଏହା ଏକ ନିଶ୍ଚିତ ଭାବରେ ଐତିହାସିକ, ସମୟଚିତ ପଦକ୍ଷେପ ।

ଆଗାମୀ ଦିନରେ ରାଜ୍ୟରେ ସରକାରୀ ସ୍କୁଲର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଏହା ପ୍ରୋତ୍ସାହିତ କରିବା ସହ ଉଚ୍ଚଶିକ୍ଷା ପାଇଁ ଉତ୍ସାହ ପ୍ରଦାନ କରିବା । ଅପରପକ୍ଷରେ ରାଜ୍ୟ କ୍ୟାବିନେଟରେ ବିଦ୍ୟାଳୟଗୁଡ଼ିକର ପାଠ୍ୟକ୍ରମରେ ଓଡ଼ିଶା ଐତିହ, ସଂସ୍କୃତି ବଜାୟ ରଖିବା ପାଇଁ ଓଡ଼ିଶାର ବରପୁତ୍ରମାନଙ୍କ କାର୍ଯ୍ୟ, ଜୀବନୀ ଆଧାରିତ ବିଷୟଗୁଡିକ ସାମିଲ କରିବା ଏବଂ ସପ୍ତମ, ଅଷ୍ଟମ, ନବନ ଛାତ୍ରଛତ୍ରୀମାନଙ୍କ ପାଇଁ ସ୍ଵତନ୍ତ୍ର ପ୍ରକ୍ରିୟାରେ ବିଷୟ ଚୟନ ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସ୍ଵତନ୍ତ୍ର ସମ୍ମାନ ସହ ବୃତ୍ତି ପ୍ରଦାନ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ଏହି ପ୍ରସ୍ତାବ କିଛିଦିନ ତଳେ ରାଜ୍ୟ କାର୍ଯ୍ୟକାରିଣୀରେ ଆଲୋଚନା କରାଯାଇଥିଲା । ଏହି ପ୍ରସ୍ତାବକୁ ତ୍ୱରିତ ଭାବେ ବିଚାର କରି ଏହାକୁ ଆଗତ କରାଯାଇଥିବାରୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ବାଗତ ଜଣା ଯାଇଛି । ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନେ ନିଜ ରାଜ୍ୟର ଐତିହ ଓ ବରପୁତ୍ରମାନଙ୍କ ଜୀବନୀ ପାଠ୍ୟକ୍ରମରେ ପଢି ପ୍ରେରିତ ହେବା ସହ ଉତ୍ସାହିତ ହେବେ ଏବଂ ଏହା ନିଶ୍ଚିତ ଭାବେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରୟାରେ ପ୍ରକାଶ କରିବା ସହ କ୍ୟାବିନେଟରେ ପାରିତ ହୋଇଥିବା ଏହି ୨ ପ୍ରସ୍ତାବ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ କୃତଜ୍ଞତା ଜଣାଇଛନ୍ତି । (ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version