ନାବାଳିକା ଅପହରଣ ମାମଲାରେ ଜଣେ ଗିରଫ ଅପହୃତାଙ୍କ ଘରେ ଜିଲା ଶିଶୁ ସୁରକ୍ଷା ଟିମ ପହଂଚିଲେ, କ୍ଷତିପୁରଣ ଦାବି କଲେ ସରପଂଚ

ଓଡ଼ିଶା ତାଜା ନ୍ୟୁଜ (୨୮ ଡିସେମ୍ବର ସୋମବାର ) କୋରାଇ :- କୋରାଇ ଥାନା ଅନ୍ତଗତ ମକୁନ୍ଦପୁର ପଂଚାୟତସ୍ଥିତ ମକୁନ୍ଦପୁର ଗ୍ରାମ ବେହେରା ସାହିରେ ଜଣେ ନାବାଳିକାକୁ ଅପହରଣ ଘଟଣାରେ ଅଭିଯୁକ୍ତ ଚନ୍ଦୁଲି ନାୟକ (୩୫) କୁ କୋରାଇ ପୁଲିସ ଗିରଫ କରିଛି । ପୁଲିସ ଏନେଇ ଥାନା କେଶ ନମ୍ବର ୩୪୯/୨୦ ଏକ ମାମଲା ରଜୁକରି ଦଫା ୩୬୨. ୩୭୬.୬ ପୋସ୍କୋ ଆକ୍ଟରେ ଆଜି ଅପରାହ୍ଣରେ ଚନ୍ଦୁଲକୁ କୋର୍ଟ ଚାଲଶଣ କରିଛି । ପୁଲିସ ସୂତ୍ରରୁ ପ୍ରକାଶଯେ, ରବିବାର ଅପରାହ୍ଣରେ ନାବାଳିକା ଜଣ ଘର ନିକଟରେ ଖେଲୁଥିବା ବେଳେ ଚାନ୍ଦୁଲ ତାକୁ ଖାଇବାକୁ ଦେବାକୁ ଡାକି ନେଇ ଅପହରଣ କରିନେଇ ଯାଇ ଏକ ବୁଦାମୁଳେ ରଖିଥିଲା । ପରିବାର ପକ୍ଷର ଖୋଜାଖୋଜି କରିବାରୁ ବୁଦାମୁଳରୁ ନାବାଳକ ଉଦ୍ଧାରକରିବା ସହ ଚନ୍ଦୁଲକୁ କବୁକରିନେଇ ଅଟକ ରଖିଲେ । ଖବରପାଇ କୋରାଇ ଥାନାଅଧିକାରୀ ରଞ୍ଜିତ ମହାନ୍ତି ଓ କଳ୍ପଲତା ପ୍ରଧାନ ଆଦି ସଦଳବଳେ ଘଟଣା ସ୍ଥଳେ ପହଂଚିଥିଲେ । ଅଟକ ରଖାଯାଇଥିବା ଚନ୍ଦୁଲକୁ ଗିରଫ କରିଥାନାକୁ ଆଣିଥିଲା ବେଳେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଗ୍ରାମରେ ଉତେଜନା ପ୍ରକାଶ ପାଇଥିଲା । ଆଜି ପୂର୍ବାହ୍ଣରେ ନାବାଳିକାକୁ ଡାକ୍ତରୀମଇନା କରାଇଥିଲା ବେଳେ ଅଭିଯୁକ୍ତ ଚନ୍ଦୁଲକୁ କୋର୍ଟ ଚାଲାଣ କରାଯାଇଥିବା ତଦବୀ ଅଧିକାରୀ କଳ୍ପଲତା ପ୍ରଧାନଙ୍କ ଠାରୁ ଜଣାପଡିଛି ।

ଅନ୍ୟପକ୍ଷରେ ଜିଲାପାଳଙ୍କ ନିର୍ଦେଶକ୍ରମେ ଓ ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କ ପରାମର୍ଶରେ ଜିଲା ଶିଶୁ ସୁରକ୍ଷା କମଟି ପକ୍ଷରୁ ଆଇନ ପରାମର୍ଶ ଦାତା ତପନକୁାମର ପଣ୍ଡା ଆଜି ଅପହୃତା ନାବାଳିକାଙ୍କ ଗାଁ ମକୁନ୍ଦପୁରର ବେହେରା ସାହିରେ ପହଂଚି ପରିବାର ଲୋକଙ୍କୁ ଭେଟି ଘଟଣା ସଂପର୍କରେ ଆଲୋଚନା କରିବାସହ ଅପହରଣ କରି ରଖିଥିବା ବୁଦାସ୍ଥଳକୁ ମଧ୍ୟ ପରିଦର୍ଶନ କରିଥିଲେ । ସ୍ଥାନୀୟ ସରପଂଚ ସୁଦାମ ଜେନା ପୀଡିତକୁ ପ୍ରଶାସନ ପକ୍ଷରୁ ଉପଯୁକ୍ତ କ୍ଷତିପୁରଣ ପ୍ରଦାନ କରାଯିବା ସହ ଅପହର୍ତାକୁ କଠୋର ଦଣ୍ଡ ବିଧାନ କରିବାକୁ ଦାବି କରିଥିଲେ । ଏହି ଦଳରେ ଶିଶୁଅଧିକାର କର୍ମୀ ତାରିଣୀକୁମାର ପଟ୍ଟନାୟକ ଓ କର୍ମଚାରୀ ରାଜୀବକୁମାର ବେହେରା ପ୍ରମୁଖ ଏହି ଟିମରେ ସାମିଲ ଥିବା ସହ ସ୍ଥାନୀୟ ଅଶା ଅର୍ଣ୍ଣପୂର୍ଣ୍ଣା ପାତ୍ର ଓ ଅଙ୍ଗନବାଡିକର୍ମୀ ପଦ୍ମାବତୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପରେ ଶୁଶୁ ସୁରକ୍ଷା ଟିମ କୋରାଇ ଥାନାକୁ ଯାଇ ପୁଲିସ ସହ ଘଟଣ ସଂପର୍କରେ ଆଲୋଚନା କରିଥିଲେ । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )

Exit mobile version