ମାହାଙ୍ଗା ନାହାଙ୍ଗରେ ଅଣସଂକ୍ରମଣ ରୋଗ ଚି଼ହ୍ନଟ ଓ ନିରାକରଣ ଶିବିର

ଓଡ଼ିଶା ତାଜା ନ୍ୟୁଜ (୨୮ ଡିସେମ୍ବର ସୋମବାର )ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ନାହାଙ୍ଗ ପଂଚାୟତ କାର୍ଯ୍ୟାଳୟ ପରିସରରେ ଅଣ ସଂକ୍ରମଣ ରୋଗ ଚି଼ହ୍ନଟ ଓ ନିରାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଗ୍ରାମାଞ୍ଚଳରେ ସଚେତନତା ଅଭାବରୁ ଜନସାଧାରଣ ମାନେ ଅନେକ ସମୟରେ ଭୟଙ୍କର ଅଣସଂକ୍ରମଣ ରୋଗରେ ପୀଡିତ ହୋଇ ଜୀବନ ହରାଉଥିବାରୁ ଏମାନଙ୍କୁ ଚି଼ହ୍ନଟ କରି ତୁରନ୍ତ ପ୍ରତିଷେଧକ ବ୍ୟବସ୍ଥା ନିମନ୍ତେ କଟକ ଆଞ୍ଚଳିକ ହରିହର କର୍କଟ ନିଦାନ କେନ୍ଦ୍ର ଓ ଟାଟା ମେମୋରିଆଲ ଟ୍ରଷ୍ଟ ମିଳିତ ଉଦ୍ୟମରେ କ୍ୟାନ୍ସର ମଧୁମେହ ରକ୍ତଚାପ ରୋଗୀ ମାନଙ୍କୁ ମାଗଣାରେ ପରୀକ୍ଷା ନିରୀକ୍ଷା କରାଯାଇ ଔଷଧ ଯୋଗାଇ ଦିଆଯାଇଛି । ଯେଉଁ ମାନେ କ୍ୟାନସର ରୋଗରେ ପୀଡିତ ଥିବ ଚି଼ହ୍ନଟ ହେଉଛନ୍ତି ସେମାନଙ୍କୁ କଟକ କର୍କଟ କେନ୍ଦ୍ରକୁ ନିଆଯାଇ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି ।

ଏହି ଶିବିରକୁ ନାହାଙ୍ଗ ସରପଞ୍ଚ ଚିତ୍ତରଞ୍ଜନ ମହାନ୍ତି ଆୟୋଜନ କରିଥିବା ବେଳେ ଏଥିରେ ଓଡିଶା କ୍ୟାନସର କେୟାର ଫାଉଣ୍ଡେସନ ର ଜିଲ୍ଲା ପ୍ରକଳ୍ପ ପରିଚାଳକ ଡାକ୍ତର ମୁକେଶ ସାହୁ, ଡାକ୍ତର ପ୍ରଣତି ରାଉତରାୟ, ସହକର୍ମୀ ସୁଶ୍ରୀ ସୁଚରିତା ଦାସ, ପ୍ରିୟଙ୍କା ମହାପାତ୍ର,ପ୍ରମୁଖ ରୋଗୀଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ । ପୁରୁଷ ସ୍ଵାସ୍ତ୍ୟ କର୍ମୀ କ୍ଷୀରୋଦ ରଣା, ଏ ଏନ ଏମ ସୁରବାଳା ପୃଷ୍ଟି, ଆଶାକର୍ମୀ ଅନ୍ନପୂର୍ଣ୍ଣା ନାୟକ, କଲ୍ୟାଣୀ ମଲ୍ଲିକ ଛବୀଲତା ଜେନା ମମତା ଜେନା ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ଏଥିରେ ପଚାଶ ରୁ ଉର୍ଦ୍ଧ ଲୋକ ଉପସ୍ଥିତ ରହି ସେମାନଙ୍କ ସ୍ଵାସ୍ତ୍ୟ ପରୀକ୍ଷା କରିଥିଲେ । (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ )

Exit mobile version