ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ ତରଫରୁ ଜାତୀୟ ମହିଳା ଓ ଶିଶୁ ଅଧିକାର ସମ୍ମିଳନୀ

ଓଡ଼ିଶା ତାଜା ନ୍ୟୁଜ (୨୮ ଡିସେମ୍ବର ସୋମବାର ) ଭୁବନେଶ୍ୱର :-  ଷ୍ଟେଟ୍ ପ୍ରୋଗ୍ରେସିଭ୍ ୱିମେନ୍‌ସ ଫୋରମ ତରଫରୁ ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ (ଆଇଏମ୍‌ଏ) କନ୍‌ଫରରେନ୍ସ ହଲ ଭୁବନେଶ୍ୱରଠାରେ ‘ମହିଳା ଓ ଶିଶୁ ଅଧିକାର ଜାତୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରରୁ ବହୁ ବିଜ୍ଞ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ । ଫୋରମର ଅଧ୍ୟକ୍ଷା ମମତା ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଲୋକସଭା ସାଂସଦ ଜୁଏଲ ଓରାମ, ଡଃ ଅଚ୍ୟୁତ ସାମନ୍ତ, ବିଧାୟକ ଶଶୀଭୂଷଣ ବେହେରା, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ସୁବାସ ସିଂ, ମହିଳା କମିଶନର ମିନତୀ ବେହେରା , ପୂର୍ବତନ ସୂଚନା କମିଶନର ଶଶିପ୍ରଭା ବିନ୍ଧାଣୀ ପ୍ରମୁଖ ଯୋଗଦାନ କରିଥିଲେ । ଏହା ବିଶେଷ ଭାବେ ଜଣାକଥା ଯେ , ଆମ ଦେଶ ଓ ରାଜ୍ୟରେ ମହିଳାମାନଙ୍କ ସ୍ଥିତି ଉପଯୁକ୍ତ ସ୍ତରର ନୁହେଁ । ସେମାନଙ୍କର ଅବହେଳା , ପ୍ରବଞ୍ଚନା, ପୀଡ଼ନର ସମ୍ବାଦ ବହୁ ସମୟରେ ଆସୁଛି । ଶାସନ ପ୍ରଶାସନ ତଥା ନାଗରିକ ସମାଜ ଏ ଦିଗରେ ଅଧିକ ସମ୍ବେଦନ ଶୀଳ ଓ କ୍ର୍ରିୟାଶୀଳ ହେବାର ଆବଶ୍ୟକତା ଆମେ ସମସ୍ତେ ଅନୁଭବ କରୁଥାଏଁ । ଅନ୍ୟପକ୍ଷରେ ମହିଳାମାନେ ଯାବତୀୟ ଅଧିକ ସଂଗଠିତ ହୋଇ ସମୂହଶକ୍ତି, ଦାବୀ ଉପସ୍ଥାପନ, ନୀତିଗତ ଓକିଲାତି ଓ କାର୍ଯ୍ୟକୌଶଳଗତ ମୂଲଚାଲ ଜରିଆରେ ହକ୍ ହାସଲର ଉଦ୍ୟମ କରିବା ମଧ୍ୟ ଦରକାର ।

ଏହା ପୁଣି ନିରନ୍ତର ଭାବେ ହେବା ଆବଶ୍ୟକ । ପ୍ରମୁଖ ବିଦ୍ୟାପୀଠ / ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ, ବୁଦ୍ଧିଜୀବୀ , ଗଣମାଧ୍ୟମଙ୍କର ମଧ୍ୟ ଏ ଦିଗରେ ସମର୍ଥନ ଓ ସହଯୋଗ ଜରୁରୀ । କାରଣ ଏହା ମହିଳା ସପକ୍ଷ କାର୍ଯ୍ୟ ମାତ୍ର ନୁହେଁ, ଏହା ଏକ ବୃହତ୍ତର ସାମାଜିକ ଦାୟିତ୍ୱ ଓ କର୍ତ୍ତବ୍ୟ । ଆତ୍ମ ପରିଚୟରେ କହିବୁ ଯେ ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ ଏକ ରାଜ୍ୟସ୍ତରୀୟ ମହିଳା ମଞ୍ଚ ଯାହା ପ୍ରଧାନତଃ ମହିଳା ଓ ଶିଶୁ ଅଧିକାର ସାବ୍ୟସ୍ତ କରିବା ପାଇଁ କାର୍ଯ୍ୟ କରିଥାଏ । ଏହି ସଂଗଠନ କୌଣସି ପ୍ରକାର ପ୍ରୋଜେକ୍ଟ ବେସ କିମ୍ବା ଆର୍ଥିକ ଅନୁଦାନ ଉପରେ କାମ କରେନାହିଁ । କେବଳ ଅଧିକାର ରାଇଟ ବେସ୍‌ରେ ସେବା ଯୋଗ୍ୟ ଆମ ରାଜ୍ୟର ବିଭିନ୍ନ ପ୍ରାନ୍ତରେ କ୍ରିୟାଶୀଳ ମହିଳା ସ୍ୱୟଂ ସହାୟକ ଦଳ, ମହିଳା ଓ ଶିଶୁ ଅଧିକାର କର୍ମୀ, ଅଗ୍ରଣୀ ମହିଳା ଉଦ୍ୟୋଗୀ, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାମାନଙ୍କ ସଭ୍ୟପଦ ଓ ସହଯୋଗ ଥାଇ ଏକ ବୃହତ ମଞ୍ଚ ହେଉଛି ଷ୍ଟେଟ ପ୍ରୋଗ୍ରେସିଭ ୱମେନ୍ସ ଫୋରମ । ଆମେ ଜାଣୁ ଯେ ସରକାରୀ ବେସରକାରୀ ନିର୍ବିଶେଷରେ ବବିଧସ୍ତରରେ କିଛି ସମାଧାନ ନହେଲେ ମଧ୍ୟ ବିଭିନ୍ନ ସମୟରେ ମହିଳା ସମସ୍ୟା ସାମ୍ନାକୁ ଆସୁଛି ।

ବ୍ୟକ୍ତିଗତ ଭାବରେ ବିଚାରାଳୟରେ ଏବଂ ପ୍ରଶାସନିକସ୍ତରରେ କିଛି ପ୍ରତିକାର ମୂଳକ ପ୍ରକ୍ରିୟା ଚାଲିଥିଲେ ମଧ୍ୟ , ତାହା ସମାଧାନର ବାଟ ବାହାରି ପାରୁନି । ନ୍ୟାୟ ଅଧିକାର ରୁ ବଞ୍ଚିତ ଏପରିକି ନିର୍ଯ୍ୟାତିତ ଅବସ୍ଥାରେ ବହୁ ମହିଳା ଅଛନ୍ତି । ପୁଣି କନ୍ୟାଭ୍ରୁଣ ଠାରୁ ଆରମ୍ଭ କରି ଜନ୍ମ ସୁରକ୍ଷା ଓ ପାଳନ, ଶିକ୍ଷା ଓ ଦକ୍ଷତା ବିକାଶ ସର୍ବୋପରି ସାମାଜିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପ୍ରତ୍ୟେକ ମହିଳା ମାନଙ୍କର ମୌଳିକ ଅଧିକାର ଯାହାର ବାସ୍ତବ ରୂପାୟନ ନିଶ୍ଚିତ ଏକ ରାଷ୍ଟ୍ରୀୟଦାୟ । ଏଥିରେ ସମ୍ବିଧାନ, ସରକାର, ଶିକ୍ଷିତବର୍ଗ, ବୃହତ୍ତର ସମାଜ ଏବଂ ଏହା ଅର୍ନ୍ତଗତ ସମସ୍ତ ସଂଗଠନ, ସମସ୍ତ ଅଂଶୀଦାର ବା ଷ୍ଟକ ହୋଲଡ଼ର । ଏହି ଦିଗରେ କିଛି ପ୍ରକ୍ରିୟା ଉଦ୍ୟମରେ ଆମେ ଭାଗିଦାର ହେବାର ଆବଶ୍ୟକତା ରହଛି । ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗଦାନ କରିଥିଲେ ।

Exit mobile version