ବାଲେଶ୍ୱର ସଦର ଥାନା ଖାନ୍‌ନଗର ନିକଟରେ : ଗୁଳିମାଡ କରି – ଲୁଟିନେଲେ ୩ ଲକ୍ଷରୁ ଅଧିକ ଟଙ୍କା

ଓଡ଼ିଶା ତାଜା ନ୍ୟୁଜ (୨୮ ଡିସେମ୍ବର ସୋମବାର ) ବାଲେଶ୍ୱର :- ଗୁଳିମାଡ କରି ଲୁଟିନେଲେ ଟଙ୍କା । ବାଲେଶ୍ୱର ସଦର ଥାନା ଖାନ୍‌ନଗର ନିକଟରେ ଗୁଳିକାଣ୍ଡ ଘଟିଛି । ଏକ ଜେସିବି ସୋରୁମ୍‌ର ଆକ୍ଟାଉଣ୍ଟାଣ୍ଟଙ୍କ ନିକଟରେ ୩ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ ହୋଇଛି । ପଲସର ଆସି ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଖବର ଅନୁଯାୟୀ, ଆଜି ଦିନ ପ୍ରାୟ ୧୧.୨୫ ସମୟରେ ଜେସିବି ସୋରୁମର ଆକାଉଣ୍ଟାଣ୍ଟ ଅଶୋକ କୁମାର ଜେନା ଟଙ୍କା ନେଇ ବ୍ୟାଙ୍କ ଯାଇଥିଲେ । ତେବେ ଏହି ସମୟରେ ନିଳ ରଙ୍ଗର ପଲସରରେ ଦୁଇ ଯୁବକ ଆସି ଟଙ୍କା ବ୍ଯାଗ ଛଡାଇବାକୁ ଉଦ୍ୟମ କରିଥିଲେ ।

କିନ୍ତୁ ଏହି ସମୟରେ ଉଭୟଙ୍କ ମଧ୍ୟରେ ବ୍ଯାଗକୁ ନେଇ ଟଣାଟଣି ଚାଲିଥିଲା । ଯାହାପରେ ଯୁବକ ଜଣଙ୍କ ବନ୍ଧୁକ କାଢି ଅଶୋକଙ୍କ ପାଦକୁ ଫାୟାରିଂ କରିଥିଲା । ଅଶୋକ ଭୟରେ ବ୍ଯାଗ ଛାଡି ଦେଇଥିଲେ । ଏହାପରେ ଯୁବକ ଦୁଇ ଜଣ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ ।ବ୍ୟାଗ୍‌ରେ ପ୍ରାୟ ୩ଲକ୍ଷ ୨୦ ହଜାର ଟଙ୍କା ଥିବା ଜଣାପଡିଛି । ପୁଲିସ ଘଟଣା ତଦନ୍ତ ଜାରି ରହିଛି ।(ବାଲେଶ୍ୱର ରିପୋର୍ଟ/ଦୀପ୍ତିମାନ ପତି )

Exit mobile version