ରେଣ୍ଟା ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲଗାଇଲେ ଦୁର୍ବୁତ୍ତ

ଓଡ଼ିଶା ତାଜା ନ୍ୟୁଜ (୨୭ ଡିସେମ୍ବର ରବିବାର ) ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ଅଂଚଳର ପ୍ରସିଦ୍ଧ ମନୋରମ ସ୍ଥଳ ବନଦୁର୍ଗା ପୀଠର ରେଣ୍ଟା ଗ୍ରାମ୍ୟ ଜଙ୍ଗଲରେ ରେ ଆଜି ବହୁ ପିକନିକ ଦଳ ବଣଭୋଜି କରୁଥିବାବେଳେ କେହି ଦୁର୍ବୁତ୍ତ ନିଆଲଗାଇଦେବା ଫଳରେ ବଣଭୋଜି ପାଇଁ ଆସିଥିବା ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି, ପ୍ରତିବର୍ଷ ଏହି ଜଙ୍ଗଲକୁ ବିଭିନ୍ନ ଜିଲ୍ଲା ରୁ ପିକନିକ କରିବା ପାଇଁ ଆସୁଥିବା ବେଳେ ଏବେ ଏହାର ଉନ୍ନତି ମୁଳକ କାର୍ଯ୍ୟ ପ୍ରଶାସନ ପକ୍ଷରୁ ଚାଲୁରହିଛି, ସେଠାରେ ଏକ ନୂତନ ପ୍ରମୋଦ ଉଦ୍ୟାନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି, ଆଜି ମାଧ୍ୟାନ୍ନରେ ପିକନିକ ଦଳ ଭୋଜି କରୁଥିବା ବେଳେ ହଠାତ ଜଙ୍ଗଲ କୁ ଲାଗିଥିବା ବେଣା ବୁଦା ହୁହୁ ହୋଇ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ନିଆଁଲିଭା କେନ୍ଦ୍ରକୁ ଖବର ଦେଇଥିଲେ ,

ସେଠାରେ କୁଆଁପାଳ ଅଗ୍ନିଶମ କର୍ମଚାରୀ ମାନେ ସେଠାରେ ପହଂଚି ନିଆଁ କୁ ପାଣିପକାଇ ଲିଭାଇବା ଫଳରେ ଭୟଙ୍କର ଜଙ୍ଗଲ ପୋଡିରୁ ଏହି ଜଙ୍ଗଲ ରକ୍ଷାପାଇଛି, ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲ ରକ୍ଷଣା ବେକ୍ଷଣ ଜଣେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ତାଙ୍କ ଅବହେଳା ଯୋଗୁଁ ବାରମ୍ବାର ଏହି ଜଙ୍ଗଲରେ କାଠ ମାଫିଆ ମାନେ ନିଆଁ ଲଗାଇ କାଠ ଲୁଟ କରୁଥିବା ସାଧାରଣରେ ଅଭିଯୋଗ ହେଉଛି, ତୁରନ୍ତ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ନିଆଁ ଲଗାଇଥିବା ଦୁର୍ବୁତ୍ତ ଙ୍କ ବିରୁଦ୍ଧରେ ଆଇଗତ କାର୍ଯ୍ୟାନୁଷ୍ଠାନ ପାଇଁ ପରିବେଶ ପ୍ରେମୀ ମାନେ ଦାବୀ କରିଛନ୍ତି ,  (ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆଙ୍କ )

Exit mobile version