ନିଶା ମାଫିଆ ଙ୍କ ମନରେ କୋକୁଆ ଭୟ ; ନିଶା ବେପାରୀ ଙ୍କୁ ଦମନ କରିବା ପାଈଁ ଅଣ୍ଟା ଭିଡିଛନ୍ତି ଆଇ.ଆଇସି ରଶ୍ମି ରଞ୍ଜନ ।

ନୟାଗଡ ଜିଲ୍ଲା / ରଣପରୁ (ଓଡିଶା ତାଜା ନିଉଜ୍) ରଣପରୁ ୨୦୨୦ :- ରଣପରୁ ଅଞ୍ଚଳରେ ବ୍ରାଉନ୍ ସୁଗାର କାରବାର ବୃଦ୍ଧି ପାଇଥିବାବେଳେ, ରଣପୁର ଥାନାରେ ରଶ୍ମି ରଞ୍ଜନ ଦାଶ ଯୋଗଦେବାପରେ ଏହି ନିଶା କାରବାର କୁ ରୋକିବାରେ ସଫଳତା ଲାଭକରିଥିଲା । ପୂର୍ବରୁ ଦୁଇଟି ମାମଲାରେ କିଛି ଅଭିଯୁକ୍ତ ଙ୍କୁ କୋର୍ଟ ହାଜତକୁ ପଠାଇଥିବାବେଳେ ସେବେ ଠାରୁ ଏହି କାରବାର ନିୟନ୍ତ୍ରଣାଧୀନ ଥିଲା । ଗତ ଚାରିଦିନ ତଳେ ରଣପୁର ପୋଲିସ ଚଢ଼ାଉ କରି ଏଥିରେ ବ୍ରାଉନ ସୁଗାର ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି । ଏହା ସହିତ ୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି ।

ସୂଚନା ଯୋଗ୍ୟ, ୨୦ ତାରିଖ ସଂଧ୍ୟାରେ ଚମ୍ପତିପରୁ ନିକଟ ମନ୍ଦାକିନୀ ନଦୀକୂଳ ଆଖଣ୍ଡଳମଣି ମନ୍ଦିର ନିକଟରେ ରଣପରୁ ପୋଲିସ ପକ୍ଷରୁ ଚଢାଉ କରା ଯାଇଥିଲା । ବ୍ରାଉନ ସୁଗାର କାରବାରରେ ଜଡ଼ିତ ଲୋଧାଚୁଆ ଗ୍ରାମର ନବକିଶୋର ରାଉତଙ୍କ ପୁଅ ନୀଳମଣି ରାଉତ (୨୫)କୁ ପୋଲିସ ଗିରଫ କରିଥିଲା । ଅଭିଯକ୍ତକୁ କୋର୍ଟ ଚାଲାଣ କରିବା ପରେ ଜାମିନ୍ ନା ମଂଜୁର ହେବାରୁ ନୟାଗଡ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି । ରଣପୁର ଆଇ ଆଇସି ରଶ୍ମି ରଞ୍ଜନ ଦାଶ ଙ୍କ ପ୍ରଚେଷ୍ଟା ରେ ଏହି ଅଞ୍ଚଳ ନିଶା ମୁକ୍ତ ଅଞ୍ଚଳ ହୋଇ ପାରିବ ଏହି ପ୍ରତିଜ୍ଞାବଦ୍ଧ ଭାବେ ଆଜି ଏକ ନିଶା ବ୍ୟବସାୟୀ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରି ଲୋକ ଙ୍କ ମନରେ ନିଶା ମୁକ୍ତ ଅଞ୍ଚଳ ର ଆଶା ଉଦ୍ଧିପନା ଆଣିପାରିଛନ୍ତି । ବର୍ତ୍ତମାନ ରଣପୁର ଅଞ୍ଚଳ ରେ ଚୋରା ରେ ନିଶା ବେପାର କରୁଥିବା ମାଫିଆ ଙ୍କ ମନରେ କୋକୁଆ ଭୟ । ନିଶା ମାଫିଆ ଙ୍କ ମନରେ ଆତଙ୍କିତ ସୃଷ୍ଟି କରିଛନ୍ତି ଭାର ପ୍ରାପ୍ତ ଅଧିକାରୀ ରଶ୍ମି ରଞ୍ଜନ ଦାଶ । ବର୍ତ୍ତମାନ ନିଶା ମାଫିଆ ଙ୍କୁ ସମୂଳେ ନାଶ କରିବା ପାଈଁ ରଶ୍ମି ରଞ୍ଜନଙ୍କ ପ୍ରଚେଷ୍ଟା ଜାରି ରହିଛି । କେବଳ ବ୍ରାଉନ୍ ସୁଗାର୍ ନୁହେଁ ଅନ୍ୟ ମାରାତ୍ମକ କ୍ଷତି କରୁଥିବା ଗଞ୍ଜେଇ , ମଦ ଭଳି ବେଆଇନ ନିଶାଦ୍ରବ୍ୟ ବଢ଼ିଛି ଏହାର ଫଳ ସ୍ୱରୂପ ଅସାମାଜିକ ବ୍ୟକ୍ତି ଓ କାର୍ଯ୍ୟକଳାପ ବୃଦ୍ଧି ପାଉଛି ଏହି ଭଳି ନିଶା ବେପାରୀ ଓ ଖାଉଥିବା ବେକ୍ତିଙ୍କୁ ମଧ୍ୟ ସମୁଳେ ଦମନ କରିବା ପାଈଁ ଅଣ୍ଟା ଭିଡିଛନ୍ତି ଆଇ.ଆଇସି ରଶ୍ମି ରଞ୍ଜନ ।।

Exit mobile version