‘ସ୍ୱଚ୍ଛତା ହିଁ ସେବା’ ‘ପରିବେଶ ସ୍ୱଚ୍ଛ ରହିଲେ ଜନଜୀବନ ସୁସ୍ଥ ରହିବ’ ଶଙ୍ଖଚିଲା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଯୁବପରିଷଦ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ସଚେତନତା ଲାଗି ଶୋଭାଯାତ୍ରା

ଓଡ଼ିଶା ତାଜା ନ୍ୟୁଜ (୨୭ ଡିସେମ୍ବର ରବିବାର ) କୋରାଇ :-   କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତସ୍ଥିତ ଠାକୁରପାଟଣା ଯୁବପରିଷଦ ଓ ଶଙ୍ଖଚିଲା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ନୂତନ) ପକ୍ଷରୁ ମିଳିତ ଭାବେ ରବିବାର ସ୍ୱଚ୍ଛଭାରତ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଅଭିଯାନ ଶଙ୍ଖଚିଲା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇ ପରେ ସଚେତନତା ନିମନ୍ତେ ଶୋଭାଯାତ୍ରା କରାଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମ ଯୁବପରିଷଦର ସଭାପତି ପ୍ରଶାନ୍ତ କୁମାର ସାହୁ ଓ ହୋମିଓପାଥିକ ଡାକ୍ତର ଶୁଭ୍ରାଂଶୁଶେଖର ମହାନ୍ତିଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟକେନ୍ଦ୍ରରୁ ହିଁ ଅଭିଯାନ ଆରମ୍ଭ କରାଯାଇଥିଲା । ଅନେକ ଦିନହେଲା ଅଳିଆ ଆବର୍ଜନାପୂର୍ଣ୍ଣ ହୋଇପଡିରହିଥିବା ସ୍ୱ।।ସ୍ଥ୍ୟକେନ୍ଦ୍ରର ଚତୁଃପାଶ୍ୱର୍, ସ୍ୱାସ୍ଥ୍ୟକେନ୍ଦ୍ର ସ୧ୁଖରେ ଥିବା ଔଷଧ ଦୋକାନ, ଜଳଖିଆ ଦୋକାନ, ସେଲୁନ୍‌, ପାନଦୋକାନ ଓ ତେଜରାତି ଆଦି ରହିଥିବା ଦୋକାନ ଗୁଡିକୁ ବାହାରୁଥିବା ବର୍ଜ୍ୟବସ୍ତୁ ନିଷ୍କାସନ ହୋଇନପାରି ସ୍ୱାସ୍ଥ୍ୟକେନ୍ଦ୍ର ସ୧ୁଖଭାଗରେ ପଡିରହିଥିଲା । ତାହା ଯୁବପରିଷଦ ଓ ମେଡିକାଲ କର୍ମୀଙ୍କ ପକ୍ଷରୁ ଅନୁଷ୍ଠିତ ସ୍ୱଚ୍ଛଭାରତ ଅଭିଯାନରେ ସଫା କରାଯାଇଛି ।

ଏଥି ସହିତ ସ୍ୱାସ୍ଥ୍ୟକେନ୍ଦ୍ର ସ୧ୁଖରେ ଥିବା ଅନାବନା ଗଛକୁ ଉପାଡି ପରିଷ୍କାର କରାଯାଇଥିଲା । ଏହି ଅବସରରେ ସ୍ୱଚ୍ଛା ଭାରତ ନିମନ୍ତେ ସଚେତନତା ପାଇଁ ଏକ ଶୋଭାଯାତ୍ର ସ୍ୱାସ୍ଥ୍ୟକେନ୍ଦ୍ର ପରିସରକରୁ ବାହାରି ‘ସ୍ୱଚ୍ଛତା ହିଁ ସେବା’, ‘ପରିବେଶ ସ୍ୱଚ୍ଛ ରହିଲେ ଜନଜୀବନ ସୁସ୍ଥ ରହିବା’ ଆଦି ଶ୍ଲୋଗାନ ଦିଆଯାଇଥିଲା ।ଏହି ଶୋଭାଯାତ୍ରାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡା. ନିବେଦିତା ମହାନ୍ତି ସ୍ୱାସ୍ଥ୍ୟକେନ୍ଦ୍ର ପରିବେଶ କୁ ସ୍ୱଚ୍ଛ ରଖିବାକୁ ସ୍ଥାନୀୟ ଦୋକାନିଙ୍କୁ ନିବେଦନ କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁବପରିଷଦର ଉପଦେଷ୍ଟା ଅଶୋକକୁମାର ବେହେରା, ସଭ୍ୟ ନୟନଦିପ୍ତ ବେହେରା, ଅବିନାଶ ସାହୁ, ସନ୍ତୋଷ ସାହୁ, ପରମେଶ୍ୱର ମଲ୍ଲିକ, ଉମାକାନ୍ତ ସାହୁ, ସୂର୍ଯ୍ୟକାନ୍ତ ସାହୁ, ରମେଶ ବେହେରା ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଫାର୍ମାଶିଷ୍ଟ ମୃତ୍ୟୁଞ୍ଜୟ ଦାସ, ଉଦୟ କୁମାର ପୃଷ୍ଟି, ଆଟେଣ୍ଡାଟ ଦିଲୀପ ମହାପାତ୍ର, ଏମପିଏଚଡବ୍ଲୁ ଧର୍ମେନ୍ଦ୍ର ଓଝା, ସ୍ୱାସ୍ଥ୍ୟକର୍ମୀ ସ୍ୱ ଣ୍ଣ ର୍ଲତା ନାୟକ, ଗଗନି ସାହୁ, କୋଭିଡ-୧୯ ସ୍ୱାସ୍ଥ୍ୟକର୍ମୀ ସ୍ୱାଗତ ଲେଙ୍କା, ସୁବାସ ମୁଖି, ଔଷଧ ଦୋକାନୀ ଉଦୟଭାନୁ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।  (ରିପୋର୍ଟ – ରଶ୍ମିରେଖା ମଲ୍ଲିକ )

Exit mobile version