ଅଜୟ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବାଲିପଡିଆ ଟିମ ବିଜୟୀ

ଓଡ଼ିଶା ତାଜା ନ୍ୟୁଜ (୨୭ ଡିସେମ୍ବର ରବିବାର ) ମାହାଙ୍ଗା :-କଟକ ଜିଲ୍ଲା ମହଙ୍ଗା ବ୍ଲକ ବଣୁଆ ମହାପୁରୁଷ କ୍ରିକେଟ କ୍ଲବ ଗାଙ୍ଗପୁରା ପକ୍ଷରୁ ଅଜୟ ମେମୋରିଆଲ ଏକଦିବସୀୟ ଟି ଟ୍ୱେଣ୍ଟି କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି, ଫାଇନାଲ ମ୍ୟାଚ ରେ ମହଙ୍ଗା କ୍ରିକେଟ ଟିମ କୁ ବାଲିପଡିଆ କ୍ରିକେଟ ଟିମ ହରାଇ ଚମ୍ପିୟାନ ହୋଇ ବିଜୟ ଟ୍ରଫି ହାସଲ କରିଥିଲା, ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଲଷ୍ମୀଧର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ

କ୍ରୀଡାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ, ସାମ୍ବାଦିକ ରମେଶ ସାହୁ, ସାମ୍ବାଦିକ ଅଶୋକ ଦାସ, ଅନିରୁଦ୍ଧ ପାଣି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ, ତପନ ସ୍ୱାଇଁ ଜଗବନ୍ଧୁ ପ୍ରଧାନ ଖେଳପରିଚାଳନା କରିଥିବାବେଳେ, ଭାରତ ଦାସ, ମନୋଜ ଜେନା, ଶରତ ଜେନା ବିବେକ ଦାସ, ଅମୀୟ ଦାସ, ବିକ୍ରମ ଦାସ, କୃଷ୍ଣ ଜେନା, କୁଶ ଜେନା, ଦିପୁରଞ୍ଜନ ସ୍ୱାଇଁ, ଭାସ୍କର ଦାସ, ଦିଲୀପ ଦାସ ସୁଶାନ୍ତ ସ୍ୱାଇଁ ସମେତ ଗଙ୍ଗପୁରା କ୍ଲବ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ,     ମାହାଙ୍ଗାରୁ  (ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆଙ୍କ )

Exit mobile version