ନୟାଗଡ଼ କ୍ଳବ ଆନୁକୂଲ୍ୟରେ “ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସୁରକ୍ଷା ଅଭିଯାନ”ର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ (୨୭ ଡିସେମ୍ବର ରବିବାର ) ନୟାଗଡ଼ :- ନୟାଗଡ଼ କ୍ଳବ ତରଫରୁ “ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସୁରକ୍ଷା ଅଭିଯାନ” କାର୍ଯ୍ୟକ୍ରମ କ୍ଲବ୍ ର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଆଜି ସକାଳ ୯ଟା ସମୟରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ସ୍କାଉଟ୍ ଛାତ୍ର ମାନଙ୍କ ପୂର୍ଣ୍ଣ ସହଯୋଗରେ ନୟାଗଡ଼ ତ୍ରିନାଥ ଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ପରିଷ୍କାର କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଥିଲା । ତାପରେ ବ୍ରଜେନ୍ଦ୍ର ହାଇସ୍କୁଲ ଠାରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ,ପୁରୁଣା କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ,ପଠାଣୀସାମନ୍ତ ସଂସ୍କୃତି ଭବନଠାରେ ଥିବା ପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତି , ଜିଲ୍ଲାପାଳ ଅଫିସ ଛକ ନିକଟରେ ଥିବା ଦାଶରଥି ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ,ଜଗନ୍ନାଥ ମନ୍ଦିର ନିକଟରେ ଥିବା ଯଦୁମଣିଙ୍କ ପ୍ରତିମୂର୍ତ୍ତି କୁ ପରିଷ୍କାର କରାଯାଇଛି । ସର୍ବସାଧାରଣ ସ୍ଥାନରେ ସ୍ଥାପିତ ହୋଇଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି

ଗୁଡିକ କେବଳ ସେମାନଙ୍କର ଜନ୍ମ ଜୟନ୍ତୀ କିମ୍ବା ଶ୍ରାଦ୍ଧ ଦିବସରେ ପରିଷ୍କାର ହେଉଥିଲାବେଳେ ଏହି ଦୁଇ ଦିନ ବ୍ଯତୀତ ବର୍ଷ ସାରା ଧୂଳିଧୁସର ଓ ପକ୍ଷୀମାନଙ୍କ ମଇଳାରେ ଅପରିଷ୍କାର ହୋଇ ପଡି ରହିଥାଏ । ଏଣୁ ନୟାଗଡ଼ କ୍ଲବ୍ ତରଫରୁ ପୂଜ୍ଯପୂଜା ତଥା ସଂସ୍କୃତିର ସୁରକ୍ଷା ପାଇଁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଗୁଡିକୁ ପ୍ରତ୍ଯେକ ମାସ ଶେଷ ରବିବାର ଦିନ ପରିଷ୍କାର କରାଯିବ ବୋଲି କ୍ଲବ୍ ର କୋଷାଧ୍ୟକ୍ଷ ଶ୍ରୀଧର ସାହୁ ସୂଚନା ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ କ୍ଲବର ଉପସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ମିହିର ରଂଜନ ନାୟକ, କୋଷାଧ୍ୟକ୍ଷ ଶ୍ରୀଧର ସାହୁ,ଯୁଗ୍ମ ସଂପାଦକ ହିମାଂଶୁ ପଟ୍ଟନାୟକ, ସଦସ୍ଯ ସନ୍ତୋଷ କୁମାର ନାୟକ , ଧୀରେନ୍ଦ୍ର କୁମାର ପଟ୍ଟନାୟକ , ପ୍ରସନ୍ନ କୁମାର ବସନ୍ତିଆ, ଶରତ ଚନ୍ଦ୍ର ଆଚାର୍ଯ୍ୟ,ଅବିନାଶ ସାହୁ, ଡି.ତ୍ରିନାଥ ରାଓ, ଲକ୍ଷ୍ମୀ ନାରାୟଣ ରଥ, ପ୍ରବୀର ପ୍ରୁଷ୍ଟି ଆଦି ସଦସ୍ଯ ମାନେ ଯୋଗ ଦେଇଥିଲା ବେଳେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଶୋଭା ଗୁରୁମା, କାଳୀଚରଣ ଡାକୁଆ, ପବିତ୍ର ସେଠୀ ସହଯୋଗ କରିଥିଲେ । ( ରିପୋର୍ଟ-ରାମକୃଷ୍ଣ ରଥ )

Exit mobile version