ଯୁବନେତା ଅଭିଳାଷ ମାଣିଆ ରାଜ୍ୟ ଯୁବ କଂଗ୍ରେସର ଉପସଭାପତି 

ଓଡ଼ିଶା ତାଜା ନ୍ୟୁଜ (୨୭ ଡିସେମ୍ବର ରବିବାର ) ଭୁବନେଶ୍ୱର :-  ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟିର ଅନୁମୋଦନ କ୍ରମେ  ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟିର ନୂତନ କାର୍ଯ୍ୟକାରୀ କମିଟି ଘୋଷଣା କରାଯାଇଛି,ଯୁବ ନେତା ଶ୍ରୀଯୁକ୍ତ ଅଭିଳାଷ ମାଣିଆ  ଯୁବ କଂଗ୍ରେସର ରାଜ୍ୟ ଉପ ସଭାପତି ରୂପେ ନିଯୁକ୍ତି ପାଇଛନ୍ତି ।ଶ୍ରୀଯୁକ୍ତ ମାଣିଆ ଏହି ନିଯୁକ୍ତି ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟିର ମାନନୀୟା ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀ, କଂଗ୍ରେସର ଯୁବ ରାଜ ଶ୍ରୀ ରାହୁଲ ଗାନ୍ଧୀ, ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟିର ସଭାପତି ବି.ଭି ସିନିବାସ ଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦ ମାନଙ୍କୁ ଧନ୍ୟବାଦ ଦେବା ସହ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ।

ଶ୍ରୀଯୁକ୍ତ ଅଭିଳାଷ ମାଣିଆ ଛାତ୍ର ଜୀବନରୁ କଂଗ୍ରେସର ବିଚାରଧାରା ସହ ଜଡିତ ରହି କଂଗ୍ରେସ ଦଳକୁ ସୁଦୃଢ କରିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି ।ଶ୍ରୀଯୁକ୍ତ ମାଣିଆ ପୂର୍ବରୁ ଛାତ୍ର କଂଗ୍ରେସର ରାଜ୍ୟ କାର୍ଯ୍ୟକାରୀ ସଭାପତି । ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟିର ସମ୍ପାଦକ ସହ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ନୂତନ ଦାୟିତ୍ୱ ପାଇବା ପରେ ଶ୍ରୀଯୁକ୍ତ ମାଣିଆ ଛାତ୍ର,ଯୁବ , ମହିଳା ଓ ଦଳର ଅନ୍ୟ ପ୍ରକୋଷ୍ଠର କର୍ମକର୍ତ୍ତା ଗଣଙ୍କ ସହଯୋଗ କାମନା କରିବା ସହ ସମସ୍ତଙ୍କୁ ଏକତ୍ରିତ ହୋଇ ରାଜ୍ୟରେ କଂଗ୍ରେସ ଦଳକୁ ତୃଣମୂଳ ସ୍ତରରେ ସୁସଂଗଠିତ କରିବା ପାଇଁ ନିବେଦନ କରିଛନ୍ତି ।

Exit mobile version