ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ କମିଟିର ରାଜ୍ୟ ଯୁଗ୍ମ ସମ୍ପାଦକ ହେଲେ ଶ୍ରୀ ଦେବବତ୍ର ମହାନ୍ତି

ଓଡ଼ିଶା ତାଜା ନ୍ୟୁଜ (୨୭ ଡିସେମ୍ବର ରବିବାର ) ଭୁବନେଶ୍ୱର :- ଭୁବନେଶ୍ୱର ମହାନଗର ନିଗମ ନୟାପଲ୍ଲୀ ନୂଆସାହି ଅଞ୍ଚଳର ଜଣାଶୁଣା ଯୁବ ସମାଜସେବୀ ତଥା ଦକ୍ଷ ଯୁବ ସଂଗଠକ ଶ୍ରୀ ଦେବବ୍ରତ ମହାନ୍ତି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ କମିଟିର ନୂତନ କାର୍ଯ୍ୟକାରୀ କମିଟିରେ ଯୁଗ୍ମ ସମ୍ପାଦକ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଛନ୍ତି । ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ କମିଟିର ନୂତନ କମିଟି ଘୋଷଣା କରାଯାଇଅଛି । ଦଳର ନେତୃ ବୃନ୍ଦ ମାନେ ଶ୍ରୀ ଦେବବ୍ରତ ମହାନ୍ତିଙ୍କ ଉପରେ ଆଶା ଓ ବିଶ୍ୱାସ

ରଖି ଏହି ଗୁରୁଦାୟିତ୍ୱ ଦେଇଥିବାରୁ ବରିଷ୍ଠ ନେତୃବୃନ୍ଦ ମାନଙ୍କୁ ଧନ୍ୟବାଦ ଦେବା ସହ ସମସ୍ତଙ୍କ ଆର୍ଶୀବାଦ ଓ ଭଲ ପାଇବା କାମନା କରିଛନ୍ତି । ଜାତୀୟ କଂଗ୍ରେସ ଦଳର ଯୁବ, ଛାତ୍ର, ମହିଳା ସଂଗଠନର ସମସ୍ତ କର୍ମକର୍ତ୍ତା ଗଣଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି । ଶ୍ରୀ ମହାନ୍ତି ପୂର୍ବରୁ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ କମିଟିର ରାଜ୍ୟ ସମ୍ପାଦକ ଦାୟିତ୍ୱ ସହ ଭୁବନେଶ୍ୱର ଜିଲ୍ଳା କଂଗ୍ରେସ କମିଟିର ସମ୍ପାଦକର ଗୁରୁଦାୟିତ୍ୱ ମଧ୍ୟ ତୁଲାଇଥିଲେ । ଆଗାମୀ ଦିନରେ କଂଗ୍ରେସ କିପରି ସଂଗଠିତ ହେବ ସେ କ୍ଷେତ୍ରରେ ସେ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି ।

Exit mobile version