ରଣପୁର ରେ ବିଜୁ ଜନତା ଦଳ ର ୨୪ତମ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୨୭ ଡିସେମ୍ବର ରବିବାର )ରଣପୁର :- ରଣପୁର ସାରା ରାଜ୍ୟ ରେ ବିଜୁ ଜନତା ଦଳ ତାର ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ର ଗୋପାଳପୁର ସାତ ଦୋଳ ପଡିଆ ଠାରେ ବିଜୁ ଜନତା ଦଳ ୨୪ତମ ପ୍ରତିଷ୍ଠା ଦିବସ ପାଳିତ କରିଥିବା ଦେଖିବାକୁ ମିଳିଛି । ଏହି ପ୍ରତିଷ୍ଠା ଉତ୍ସବ ରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟ ନାରାୟଣ ପ୍ରଧାନ ଓ ନିର୍ବାଚନ ମଣ୍ଡଳୀର ବହୁକର୍ମୀ ମାନେ ଯୋଗଦେଇ ରଣପୁର ପଞ୍ଚୁଦୋଳ ପଡିଆ ସ୍ଥିତ ଶହିଦ୍ ରଘୁ ଦିବାକର ସ୍ମୃତି ମଣ୍ଡପ ଠାରେ ପ୍ରତିମୃର୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ମଟର ସାଇକେଲ ରାଲି ରେ ମା ମଣିନାଗ ଙ୍କ ପୀଠ କୁ ଯାଇଥିଲେ । ସେଠାରେ ଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୃର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରୁ ଏକ ଶୋଭାଯାତ୍ରା ରେ ଗୋପାଳପୁର ସାତ ଦୋଳ ପଡିଆ କୁ ଯାଇଥିଲେ । ସାତ ଦୋଳ ପଡିଆ ଠାରେ ଅନୁଷ୍ଠିତ ସଭାରେ ପ୍ରଦୀପ ପ୍ରଜ୍ୱଳନ କରି ବିଜୁ ବାବୁ ଙ୍କର ତୈଳଚିତ୍ର ରେ ପୁଷ୍ପମାଲ୍ୟ ଦେଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ ।

ଏଥିରେ ବିଜୁ ଜନତା ଦଳ ର ରାଜ୍ୟ ପ୍ରବକ୍ତା ଡ.ସନ୍ତୋଷ ଲେଙ୍କା, ପୂର୍ବତନ ଜିଲ୍ଲା ପରିଷଦ ଗିରିଜା କାନ୍ତ ମହାପାତ୍ର, ବନମାଳୀ ମହାପାତ୍ର, ପୂର୍ବତନ ଚେୟାରମ୍ୟାନ ଦେବାଶିଷ ପଟ୍ଟନାୟକ,ଯୁବ ନେତା ସଚ୍ଚୀକାନ୍ତ ଷଡଙ୍ଗୀ, ଯୁବନେତା ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ । ତେବେ ଯୋଗ ଦେଇଥିବା ଅଧିକାଶଂ ବିଜେଡି ନେତା ନିଜ ଅଭଭାଷଣ ରେ କହିଥିଲେ ଯେ ନିଜ ନିଜ ଭିତରେ ସଂଗଠିତ ହୋଇ କାର୍ଯ୍ୟକରିବା ସହିତ ଦଳୀୟ କନ୍ଦଳରୁ ନଜକୁ ଓ ନିଜ କର୍ମୀମାନଙ୍କୁ ନିବୃତ ରହିବା ପାଇଁ ପରାମର୍ଶ ଦେବା ସହ ସ୍ଥାନୀୟ ବିଜେପି ନେତ୍ରୀ ସୁରମା ପାଢୀ ଙ୍କ ଉପରେ ବିଷୋଦାଗାର କରିବା ଭୁଲିନଥିଲେ । ତେବେ ଦଳୀୟ ନେତାଙ୍କ ଅଭିଭାଷଣରୁ ଦଳ ଭିତରେ ଗୋଷ୍ଠୀ କନ୍ଦଳ ଓ ମନ ମାଳୀନ ସାଂଗଠନିକ ଦୁର୍ବଳତା ଥିବା ଅନୁମାନ ହେଉଥିବା ସହ ସେଠାରେ ଉପସ୍ଥିତ ଥିବା ବିଜେଡି କର୍ମୀ ଓ ସାଧାରଣ ରେ ଚର୍ଚ୍ଚାଯୋର ଧରିଥିଲେ । ଅପର ପକ୍ଷେ ଆଜିର ଏହି ପ୍ରତିଷ୍ଠା ଦିବସରେ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ଉପସ୍ଥିତି ରେ ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀ ବିଜେଡିରେ ମିିଶିଥିବା ଦେଖିବାକୁ ମିଳିଛି ।

Exit mobile version