ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମରେ ଖପରାବାଡରେ ପାଲାନାଚ ମାଧ୍ୟମରେ ସଚେତନା କଲା ସ୍ବାସ୍ଥ୍ୟ ବିଭାଗ

CREATOR: gd-jpeg v1.0 (using IJG JPEG v62), quality = 82

ଓଡ଼ିଶା ତାଜା ନ୍ୟୁଜ (୨୭ ଡିସେମ୍ବର ରବିବାର ) ବ୍ରହ୍ମପୁର:- ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ସାନଖେମୁଣ୍ଡି ବ୍ଲକ୍ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଆଜି ଆଦିବାସୀ ପ୍ରବଣ ଟି ଗୋବିନ୍ଦପୁର ପଞ୍ଚାୟତର ଖପରାବାଡ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ବିଭାଗୀୟ ଆଦେଶ ପ୍ରକାରେ ଲୋକକଳା ମାଧ୍ୟମ ପାଲା ନାଚ ମାଧ୍ୟମରେ ଅନୁଷ୍ଟିତ ଏହି ସଚେତନତା କାର୍ଯ୍ୟକ୍ରମ ବରିଷ୍ଟ ଯକ୍ଷ୍ମା ରୋଗ ପର୍ଯ୍ୟବେକ୍ଷକ ଶ୍ରୀ ଶିବ ପ୍ରସାଦ ଦାଶ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ କରିଥିବା ବେଳେ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବାହନ ଦାସ ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ । ସାନଖେମୁଣ୍ଡି ଲୋକକଳା ସଂଗଠନ ପକ୍ଷରୁ ନାଟ୍ୟ ଗୁରୁ ଶ୍ରୀ ସନ୍ତୋଷ କୁମାର ପାଢ଼ୀ ଏବଂ ଦଳଙ୍କ ପକ୍ଷରୁ ଆୟୋଜିତ ସ୍ଵତନ୍ତ୍ର ଯକ୍ଷ୍ମା ନିରାକରଣ ନିମିତ୍ତ ପ୍ରସ୍ତୁତି

ପାଲା ନାଚ ଆଲେଖ୍ୟ ଦ୍ଵାରା ଆଦିବାସୀ ସମ୍ପ୍ରଦାୟକୁ ପାରମ୍ପରିକ ଦେଶିଆ ଚିକିତ୍ସା , ଝାଡଫୁଙ୍କା ସହ ଅଲୌକିକ ବିଶ୍ବାସକୁ ପରିହାର କରି ସରକାରଙ୍କ ଦ୍ୱାରା ବିନା ମୂଲ୍ୟରେ ଘର ପାଖରେ ମିଳୁଥିବା ଯକ୍ଷ୍ମା ଚିକିତ୍ସାକୁ ଗ୍ରହଣ କରିବାକୁ ଅନୁପ୍ରାଣିତ କରାଯାଇଥିଲା । ଅନୁଷ୍ଟିତ ଏହି ସଚେତନତା କାର୍ଯ୍ୟକ୍ରମରେ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସାଧାରଣ ସ୍ବାସ୍ଥ୍ୟ ଶିକ୍ଷା ଅଧିକାରୀ ଜୟନ୍ତୀ ଦାସ , ପୁରୁଷ ସ୍ବାସ୍ଥ୍ୟକର୍ମୀ ଶ୍ରୀ କୃଷ୍ଣ ରଣସିଂହ ଅଂଶଗ୍ରହଣ କରି ଯକ୍ଷ୍ମା ରୋଗର ଭୟାବହତା ସହ ସାଧାରଣ ସ୍ବାସ୍ଥ୍ୟ ସଚେତନାକୁ ଗୁରୁତ୍ୱାରୋପ କରିଥିଲେ । ସେକ୍ଟର ପରିଦର୍ଶକ ଶ୍ରୀ ପ୍ରଦୀପ ପଟ୍ଟନାୟକଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅଞ୍ଚଳର ୩୪ ଜଣ ଯକ୍ଷ୍ମା ରୋଗ ସନ୍ଦିଗ୍ଧଙ୍କ ଠାରୁ କଫ ନମୁନା ସଂଗୃହୀତ ହୋଇଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଟିବି ବିଭାଗରେ କାର୍ଯ୍ୟରତ ଟିବି ଚାମ୍ପିଅନ ତରୁଣ ମହାଙ୍କୁଡ଼ ଏବଂ ସ୍ବେଛାସେବୀ ତବତି ଜେନା କଫ ନମୁନା ସଂଗ୍ରହ କରିଥିଲେ । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version