ଓଡ଼ିଶା ତାଜା ନ୍ୟୁଜ (୨୬ ଡିସେମ୍ବର ଶନିବାର ) ଢେଙ୍କାନାଳ :- ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ତାର ୨୪ତମ ପ୍ରତିଷ୍ଠା ଦିବସ ଗନ୍ଦିଆ ବ୍ଲକ ମିନି ଷ୍ଟାଡିୟମରେ ପାଳନ କରିଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବକଲ୍ୟାଣ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧକ୍ଷ ବିଜୟ କୁମାର ନାୟକ ଯୋଗଦେଇ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଳ୍ୟ ଓ ଦୀପ ପ୍ରଜ୍ଜଳନ କରିଥିଲେ ।
