୨୬ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ ଟୁଟୁର୍ଣ୍ଣାମେଣ୍ଟ : କଣ୍ଟାବାଞ୍ଜି ଫ୍ରେଣ୍ତସ୍ କ୍କବ ଫାଇନାଲରେ – ପଦ୍ମପୁର 

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଡିସେମ୍ବର ଶନିବାର ) ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ର ଶେଖର ଷ୍ଟାଡିୟମରେ ଚାଳିଥିବା ୨୬ ମେସବି ଭାରତୀୟ ଛିନ୍ଦେଇକେଲା କପି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଶନିବାର ଦିନ ପ୍ରଥମ ସେମି ଫାଇନାଳ ଖେଳରେ କଣ୍ଟାବାଞ୍ଜି ଫ୍ରେଣ୍ତସ କ୍କବ ବଲାଙ୍ଗୀର ର ୱାଇ ଏସ ସି ଏ ଦଳକୁ ୮୮ରନରେ ପରାସ୍ତ କରି ଫାଇନାଲ କୁ ଉନ୍ନୀତ ହୋଇଛି । କଣ୍ଟାବାଞ୍ଜି ଦଳ ଟସ ଜିତି ପ୍ରଥମେ ବ୍ଯାଟିଙ୍ଗ କରି ନିର୍ଦ୍ଧାରିତ ୨୦ ଓଭର ରେ ୭ ୱିକେଟ ହରାଇ ୧୮୭ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ରୁଦ୍ର ବାଗ ୭୩,ଜିତେଶ ବଗର୍ତ୍ତୀ ୩୨ ଓ ଅମିତ ଜୁଏଡ ୨୩ ରନ କରିଥିଲେ ।

ବଲାଙ୍ଗୀର ଦଳ ପକ୍ଷରୁ ବିଜ୍ଞାନ ମିଶ୍ର,ହର୍ଷ ସିଂହ ଓ ମାଗର ଡୋଗାର । ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଦ୍ବିତୀୟ ବ୍ଯାଟିଙ୍ଗ କରି ବଲାଙ୍ଗୀର ଦଳ । ସମସ୍ତ ୱିକେଟ ହରାଇ ମାତ୍ର ୯୯ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ମାନସ ମିଶ୍ର ୨୧,ବିଜ୍ଞାନ ମିଶ୍ର ୧୮ ଓ ଧର୍ମେନ୍ଦ୍ର ମିଶ୍ର ୧୭ ରନ କରିଥିଲେ । କଣ୍ଟାବାଞ୍ଜି ଦଳ ପକ୍ଷରୁ ରୁଦ୍ର ବାଗ ୩,ଗଣେଷ ହଂସ ୨ ଓ ରିତେଶ ମହାନ୍ତ ୨ଟି ୱିକେଟ ଦେଇ ଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଖେଳ ଶିକ୍ଷକ ହେମ ସାଗର ସାହୁ ଓ ଆର ଏସ ସି ସି ସଭାପତି ଆନନ୍ଦ ସାହୁ ଯୋଗଦେଇ କଣ୍ଟାବାଞ୍ଜି ଦଳର ୭୩ ରନ ସଂଗ୍ରହ କରିଥିବା ବ୍ଯାଟସ ମ୍ଯାନ ରୁଦ୍ର ବାଗଙ୍କୁ ମ୍ଯାନ ଅଫ ବି ମ୍ଯାଚ ପୁରସ୍କାର ପ୍ରଦାନ କରିଥିଲେ ।

ଖେଳ ପରିଚାଳନା କରିଥିଲେ ବି ସି ସି ଆ ଅମ୍ପାୟାର ମହେଶ ମୁନସି ଓ ଓ ସି ଏ ଅମ୍ପାୟାର ସୁଶାନ୍ତ ପାଣିଗ୍ରାହୀ । ସ୍କୋର ର ଦାୟିତ୍ୱ ତୁଲାଇ ଥିଲେ ଧିରେନ ଧରୁଆ ଓ ରୂପକ ସେଠ । ସେହିପରି ଧାରା ବିବରଣୀ ପ୍ରଦାନ କରିଥିଲେ କାର୍ତ୍ତିକ ନିଆର ଓ ରମେଶ ସାହୁ । ଆସନ୍ତା କାଲି ରବିବାର ଦିନ ଗ୍ରୁପ ବି ର ପ୍ରଥମ ମ୍ଯାଚ ବରଗଡ଼ ବ୍ମୁ ଡାଇମଣ୍ତ ଓ ଖପ୍ରାଖୋଲ ଜେ ପି ସି ଟି ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ । (ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version