କୋରାଇ ବିଜେପିର ସୁଶାସନ ଦିବସ ପାଳିତ  ହୋଇଯାଇଛି

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଡିସେମ୍ବର ଶନିବାର ) କୋଦଳା :-  ପୂର୍ବତନ ପ୍ରଧାନମବୀ ତଥା ଭାରତ ପ୍ରବାଦପୁରୁଷ ଅଟଳବିହାର ବାଜପେୟୀଙ୍କ ଜନ୍ମଦିନ ଅବସରରେ ଆଜି ସୁଶାସନ  ଦିବସ କୋରାଇ ବିଜେପିର ପକ୍ଷରୁ ଜହ୍ନାସ୍ଥିତ ଦଳୀୟ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । କୋରାଇ ବିଜେପି ନେତା ବିଶ୍ୱଜିତ ନାୟକ ଆଜି ବାଜପେଇଜୀଙ୍କ ୯୬ତମ ଜନ୍ମଦିନ ଅବସରରେ ତାଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିପୂର୍ବକ ଜୀବନାଦର୍ଶନ ଉପରେ ଆଲୋକପାତ କରିଥିଲେ । ୧୯୯୯ମହାବାତ୍ୟାରେ ହୋଇଥିବା ମହାବାତ୍ୟାରେ ଉଜୁଡି ଯାଇଥିବା ଅର୍ଥନୀତିକୁ ସଜାଡିବା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ତତ୍କକାଳୀନ ପ୍ରଧାନମବୀ ଭାବେ ବାଜପେଇଜୀ କହିଥିଲା ବେଳେ ପାରାଦୀପରେ ତୈଳବିଶୋଧନାଗାର, ଭୁବନେଶ୍ୱରରେ ଏମ୍ସ ସ୍ଥାପନ, ପାରାଦୀପ-ହରିଦାସପୁର ରେଳପଥ ନିର୍ମାଣ ଆଦି ଓଡିଶାର ଅନେକ କ୍ଷେତ୍ରରେ ତାଙ୍କର ରହିଥିବ ଅବଦାନ ଉପରେ ଶ୍ରୀ ନାୟକ ଆଲୋକପାତ କରିଥିଲେ ।

ଅନୁଷ୍ଠିତ ଏହି ସଭାରେ ରାଜ୍ୟପରିଷଦର ସଭ୍ୟ ପ୍ରକାଶଚନ୍ଦ୍ର ଧଳ, ଜିଲାଉପସଭାପତି ପ୍ରମୋଦକୁମାର ନାୟକ, ଯୁବନେତା ବିକ୍ରମକେଶରୀ ବିଶ୍ୱାଳ, ମଣ୍ଡଳସଭାପତି ପ୍ରମୋଦ କୁମାର ସାହୁ, ନୀଳମାଧବ ଚକ୍ର, ସରପଂଚ ଦୀପ୍ତିମୟୀ କୁଅଁର, ସମିତିସଭ୍ୟ ଗଭୀନ ଦଳେଇ, କ୍ଷୀରୋଦ ଦାସ, ଇତିଶ୍ରୀ ଜେନା, ଶର୍ମିଲା ଦେଓ, ଶଶିଭୂଷଣ ସେନାପତି, ବିଜୟକୁମାର ଘଡାଇ, ଦୋଳଗୋବିନ୍ଦ ସେଠୀ, ପୂର୍ଣ୍ଣଚନ୍ଦ୍ର ସାହୁ, ଆଶିଷ ଦାସ, ବିଶ୍ୱଜିତ ରାଉତ, ଦେବାଶିଷ ପାଣିଗ୍ରାହୀ, ଗଣେଶ ମାଝୀ, ସରୋଜ ଦେ, ଅରୁଣ ଦାସ, ପ୍ରଶାନ୍ତ ବୋଇତେଇ, ସୁବସ ପଣ୍ଡା, ତରୁଣ ଦାସ, ସୁଧାକର ଭୁତିଆ, ସୁଶାନ୍ତ ସାହୁ, ଭୁବେନ୍ଦ୍ର କର, ରଞ୍ଜନ ପରିଡା, ମାନସ ବୋଇତେଇ, ଦିଗମ୍ବର ନାୟକ, ଲଲାଟେନ୍ଦୁ ନାୟକ, ସୁରେନ୍ଦ୍ର କୁଅଁର, ଚକ୍ରଧର ସାହୁ, କୁଲୁ ପାଢୀ, ପ୍ରଶାନ୍ତ ସାହୁ, ଧନଞ୍ଜୟ ସାହୁ, ସୁବାସ ମଲ୍ଲିକ, ନିରଞ୍ଜନ ମଲ୍ଲିକ, ଚିନ୍ମୟ ପଣ୍ଡା, ଅଖିଳମୋହନ ଜେନା ପ୍ରମୁଖ ଦଳୀୟ କର୍ମକର୍ତ ଓ ସଦସ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ବିକ୍ରମ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।(କୋରାଇ ରିପୋର୍ଟ – ରଶ୍ମିରେଖା ମଲ୍ଲିକ )

Exit mobile version