କୁକୁଡାଖଣ୍ଡି ବିଜେଡିରେ ଫାଟ ବିଜୁଜନତା ଦଳର ୨୪ତମ ଦିବସରେ ନିର୍ବାଚିତ ପ୍ରତିନିଧିଙ୍କୁ ସ୍ୱାଗତ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଡିସେମ୍ବର ଶନିବାର ) କୁକୁଡାଖଣ୍ଡି  :- କୁକୁଡାଖଣ୍ଡି ବ୍ଲକ ବିଜେଡି ତରଫରୁ ବିଜେଡିର ୨୪ ତମ ପ୍ରତିଷ୍ଟା ଦିବସ ପାଳନ କରାଯାଇଛି । ବ୍ଲକ କାର୍ଯ୍ୟାଳୟ ପରିସରରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର ପ୍ରଦୀପ ପ୍ରଜ୍ବଳନ ପରେ ବ୍ଲକ ବିଜୁ ଜନତା ଦଳର ସଭାପତି ସନ୍ତୋଷ ଚୌଧୁରି ମାଲ୍ୟାର୍ପଣ କରିବାପରେ ଉପସ୍ଥିତ ବ୍ଲକ ବି.ଜେ.ଡିର ସମସ୍ତ ଦଳୀୟ କର୍ମୀ ନିର୍ବାଚିତ ସରପଞ୍ଚ ,ସମିତିସଭ୍ୟ ମାନେ ଉପସ୍ଥିତ ରହି ବିଜୁ ବାବୁଙ୍କର ଉଦ୍ଧେଶ୍ୟରେ ସ୍ମୃତି ଚାରଣ ଏବଂ ଶ୍ରଦ୍ଧା ସୁମନ ସମର୍ପଣ କରିଥିଲେ । କୁକୁଡାଖଣ୍ଡି ଗୌଡସାହି କଲ୍ୟାଣ ମଣ୍ଡପ ପରିସରରେ ବିଜେଡି କର୍ମୀ ମାନେ ଏକତ୍ରିତ ହୋଇ ପ୍ରତିଷ୍ଠା ଦିବସର ଅବସରରେ ଦଳ ପାଇଁ ସମର୍ପିୟ ହୋଇ ବ୍ୟକ୍ତିଗତ ସ୍ୱାର୍ଥରୁ ଦୂରରେ ରହି ଲୋକଙ୍କର ପାଇଁ କାମ କରିବାକୁ ବ୍ଲକ ସଭାପତି ସନ୍ତୋଷ ଚୌଧୁରୀ ଆହ୍ୱାନ ଦେଇଥିଲେ ।

ବ୍ଲକ ଅଧକ୍ଷ ଆଗାମୀ ଦିନରେ ଦଳ ପାଇଁ ସମସ୍ତେ କିଭଳି ଏକ ହେବା ଏବଂ ସମସ୍ତେ ସାଧାରଣ ଲୋକଙ୍କ ପାଇଁ କାମ କରିବା ସହ କୁକୁଡାଖଣ୍ଡି ବ୍ଲକ ଗଞ୍ଜାମର ଜିଲାରେ ଭଲ ପ୍ରଦର୍ଶନ ସହ ଏକ ଆଦର୍ଶ ବ୍ଲକରେ ପରିଣତ କରିବା ତା ବିଷୟରେ ଆଲୋଚନା କରିଥିଲେ ବୈଠକରେ ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ କୈଳାସ ରଣା ,ନରସିଂହ ସାହୁ ,କାହ୍ନୁପାତ୍ର ,ବିଷ୍ନୁପ୍ରିୟା ପାତ୍ର ,ବଶିଷ୍ଟ ଜେନା , ହିମାଂଶୁ ପାଢୀ ,ରବିନ୍ଦ୍ର ମହାରଣା ସମେତ କୁକୁଡାଖଣ୍ଡି ବ୍ଲକର ସମସ୍ତ ନିବାଚିତ ସରପଞ୍ଚ ସମିତିସଭ୍ୟ ଓ ଦଳର ସାଧରଣ ପ୍ରାଥମିକ ସଦସ୍ୟ ମାନେ ଯୋଗ ଦେଇଥିଲେ । ବୈଠକରେ ନିବାଚନରେ ହାରିଥିବା ବରିଷ୍ଟକର୍ମୀ ମାନଙ୍କୁ ଡକାଯାଇ ନଥିବାରୁ କର୍ମୀ ମହଲ ରେ କ୍ଷବୋ ପ୍ରକାଶ କରିଥିଲେ  ।

Exit mobile version